କନକ ବ୍ୟୁରୋ : ଗାଁରେ ବୁଲିଲା ଖଣ୍ଡା । ଖଣ୍ଡା ବୁଲାଇ ଆତଙ୍କ ଖେଳାଇଲେ ଯୁବକ । ଗଂଜାମ ଖଲ୍ଲିକୋଟ୍ ଥାନା ବାଲୁଙ୍କେଶ୍ୱରପୁର ଗାଁରେ ୫ରୁ ୬ ଜଣ ଯୁବକ ଆତଙ୍କ ଖେଳାଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାତି ଅଧରେ ସାହି ଭିତରେ ଖଣ୍ଡା ବୁଲାଇଛନ୍ତି । କିଛି ସମୟ ପର୍ଯ୍ୟନ୍ତ ଯୁବକମାନେ ଖଣ୍ଡା ବୁଲାଇ ଆତଙ୍କରାଜ ଚଳାଇଥିଲେ । ଏହା ସହ ଘର ଉପରକୁ ପଥରମାଡ଼ ମଧ୍ୟ କରିଥିଲେ ।
କିଛି ଦିନ ତଳେ ଖଲିକୋଟ ବାଲୁଙ୍କେଶ୍ୱରପୁର ଗାଁରେ କ୍ରିକେଟ ଖେଳକୁ ନେଇ ଗାଁର ବୁଲୁ ଗୌଡ଼ ଓ ରାଜା ପ୍ରଧାନଙ୍କ ଭିତରେ ତିକ୍ତତା ଲାଗି ରହିଥିଲା । ଗତକାଲି ବୁଲୁ ଗୌଡ଼ କିଛି ଯୁବକଙ୍କୁ ଧରି ରାଜା ପ୍ରଧାନଙ୍କ ଘର ନିକଟକୁ ରାଜାକୁ ଆକ୍ରମଣ କରିବା ପାଇଁ ଖଣ୍ଡା ଧରି ଯାଇଥିଲେ । ଖଣ୍ଡା ଧରି କିଛି ଯୁବକ ଆସୁଥିବା ଦେଖି ରାଜା ଘର ଭିତରକୁ ପଳାଇ ଯାଇଥିଲେ । ଏହାକୁ ନେଇ ଦୁଇ ପକ୍ଷ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/vlcsnap-2024-01-25-10h34m40s553.png)