ସିସିଟିଭିରେ ହତ୍ୟାକାଣ୍ଡର ଲୋମଟାଙ୍କୁରା ଦୃଶ୍ୟ । କ୍ୟାମେରା ଦେଖିଲା ନିର୍ମମ ହତ୍ୟା । ଧାରୁଆ ଖଣ୍ଡା ଧରି ସାମନ୍ତରାପୁର ରାସ୍ତାରେ ଦୋକାନୀକୁ ହାଣିଦେଲେ ଦୁର୍ବୃତ୍ତ ।

2,161

କନକ ବ୍ୟୁରୋ: ସିସିଟିଭି ଦେଖିଲା ହତ୍ୟାକାଣ୍ଡର ସତ । ଭୁବନେଶ୍ୱର ସାମନ୍ତରାପୁରରେ ମିଠା ଦୋକାନୀଙ୍କୁ ନିର୍ମମ ହତ୍ୟାକାଣ୍ଡର ପୂରା କାରନାମା କଏଦ ହେଲା କ୍ୟାମେରାରେ । ବିଚ ରାସ୍ତାରେ ଦୋକାନୀଙ୍କୁ ଦୁର୍ବୃତ୍ତ ଗୋଡେଇ ଗୋଡେଇ ହତ୍ୟା କରୁଥିବା ଦେଖିବାକୁ ମିଳିଛି । ଏକ ବାଇକରେ ଦୁଇ ଜଣ ଦୋନାନୀଙ୍କୁ ଗୋଡାଉଥିବା କ୍ୟାମେରାରେ କଏଦ ହୋଇଛି । ଆଉ ଜଣେ ଦୁର୍ବୃତ୍ତ ଧାରୁଆ ଖଣ୍ଡାରେ ହାଣିବାକୁ ଗୋଡାଉଥିବା ସିସିଟିଭିରେ ଦେଖିବାକୁ ମିଳିଛି ।

ତେବେ ରାଜଧାନୀରେ ଘଟିଛି ନିର୍ମମ ହତ୍ୟାକାଣ୍ଡ । ସାମନ୍ତରାପୁର ଅଞ୍ଚଳରେ ଜଣେ ମିଠା ଦୋକାନୀକୁ ହତ୍ୟା ହୋଇଛି । ତେବେ ହତ୍ୟା ହୋଇଥିବା ଦୋକାନୀଙ୍କ ନାଁ ଜମ୍ବୁ ସାହୁ । ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ଅଭିଯୁକ୍ତଙ୍କ ଗିରଫ ଦାବିରେ ସ୍ଥାନୀୟ ଲୋକେ ପୁରୀ ରାସ୍ତା ଅବରୋଧ କରିଛନ୍ତି ।