କନକ ବ୍ୟୁରୋ : ପାରାଦୀପ ମଝି ସମୁଦ୍ରରେ ସନ୍ଦିଗ୍ଧ ଯୁବକ । ବୋଟରେ ଚଢିଯିବା ପରେ ସନ୍ଦିଗ୍ଧ ଯୁବକଙ୍କୁ ନେଇ ଭୟଭୀତ ମତ୍ସ୍ୟଜୀବୀ । କେଉଁଠୁ ଆସିଲେ ସନ୍ଦିଗ୍ଧ ଉଠିଲା ପ୍ରଶ୍ନ । ଯୁବକଙ୍କୁ ଧରି ପାରାଦୀପ ଆଣୁଛନ୍ତି ମତ୍ସ୍ୟଜୀବୀ । ଚିଲିକା ମୁହାଣରୁ ୭୧ କିଲୋମିଟର ଦୂରତାରେ ଜଣେ ଅଜଣା ଯୁବକ ବୋଟ୍‌ରେ ଚଢ଼ିବା ନେଇ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

Advertisment

ମଝି ସମୁଦ୍ରରେ ପହଁରି ପହଁରି ଆସୁଥିବା ଯୁବକକୁ ଅଚାନକ ଦେଖିବାକୁ ପାଇଲେ ମତ୍ସ୍ୟଜୀବୀ । ଲଙ୍ଗର ପକାଇ ଠିଆ ହୋଇଥିବା ଓମ ନମଃ ଶିବାୟ ବୋଟରେ ସମ୍ପୃକ୍ତ ଯୁବକ ଚଢିଥିବା ସୂଚନା ମିଳିଛି । ସମ୍ପୃକ୍ତ ଯୁବକଙ୍କୁ ଅଚାନକ ବୋଟ୍‌‌ରେ ଚଢୁଥିବାର ଦେଖି ମତ୍ସ୍ୟଜୀବୀମାନେ ଭୟଭୀତ ହୋଇ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ । ସେମାନେ ପୁଲିସକୁ ଖବର ଦେବା ସହ ସଂଦିଗ୍ଧ ଯୁବକଙ୍କୁ ପାରାଦୀପ ଆଣୁଛନ୍ତି । ତାଙ୍କୁ ପୁଲିସ ଓ ତଟରକ୍ଷୀ ବାହିନୀକୁ ହସ୍ତାନ୍ତର କରିବା ପରେ ପଚରାଉଚରା କରାଯିବ ବୋଲି ଜଣାପଡ଼ଛି ।