ଅହମ୍ମଦାବାଦ ଟ୍ରେନରେ ଅଭାବନୀୟ ଘଟଣା : ସୁରଟରୁ ଗାଁକୁ ଫେରିବା ବାଟରେ ଚାଲିଗଲା ଶ୍ରମିକଙ୍କ ଜୀବନ

409

କନକ ବ୍ୟୁରୋ : ସୁରଟରୁ ଗାଁକୁ ଫେରିବା ବାଟରେ ରାସ୍ତାରେ ଟ୍ରେନରେ ଉଡିଗଲା ଶ୍ରମିକଙ୍କ ପ୍ରାଣବାୟୁ । ଆଜି ଏଭଳି ଘଟଣା ଘଟିଛି ଅହମ୍ମଦାବାଦ ଟ୍ରେନରେ । ମୃତ ବ୍ୟକ୍ତି ଜଣକ ହେଲେ ଗଂଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡ ଦେଉଳି ଗାଁର ବିଶ୍ୱନାଥ ଜେନା । ସେ ଗତକାଲି ସୁରତରୁ ଜଣେ ସମ୍ପର୍କିୟଙ୍କ ସହ ପୁରୀ ଅହମ୍ମଦାବାଦ ଟ୍ରେନରେ ଖଲ୍ଲିକୋଟ ଷ୍ଟେସନ ଫେରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଏହା ପରେ ବ୍ରହ୍ମପୁର ଷ୍ଟେସନରେ ତାଙ୍କ ମୃତ ଶରୀରକୁ ବାହାର କରାଯାଇଥିଲା । ମୃତର କାରଣ ଜଣାପଡ଼ିନଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।