ପୋଲିସ ହାତରେ କୁଖ୍ୟାତ ସୁପାରିକିଲର । ହତ୍ୟା ପାଇଁ ତିଆରି କରିଥିଲା ବ୍ଲୁପ୍ରିଣ୍ଟ୍

228

କନକ ବ୍ୟୁରୋ : ରାଜଧାନୀରୁ ଗିରଫ ହେଲା ସୁପାରିକିଲର । ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ବେଳେ, ଗୁପ୍ତରେ ସୂଚନା ପାଇ ସୁପାରିକିଲରକୁ ଗିରଫ କରିଛି । ଅଭିଯୁକ୍ତ ପାଖରୁ ୨ଟି ବନ୍ଧୁକ ସହ ଗୁଳି ଜବତ କରିଛି ପୋଲିସ ।
ରାଜଧାନୀରେ ଦିନକୁ ଦିନ ଚୋରି ଡକାୟତୀ ଏବଂ ମର୍ଡର ଭଳି ଅପରାଧ ବଢି ବଢି ଚାଲିଛି । କେଉଁଠି ନା କେଉଁଠି ପ୍ରତିଦିନ ଚୋଚି, ଡକାୟତି ଏବଂ ହତ୍ୟାର ଶିକାର ହେଉଛନ୍ତି ସାଧାରଣ ଲୋକେ । ତେବେ ଏହାରି ଭିତରେ ରାଜଧାନୀରୁ ଜଣେ ସୁପାରିକିଲର ଗିରଫ ହେବା ଭୟକୁ ଆହୁରି ବଢାଇଦେଇଛି । ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ସୁପାରୀ ନେଇଥିଲା ଏହି ସୁପାରିକିଲର । ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । କିନ୍ତୁ ଯୋଜନା ସଫଳ ହେବା ପୂର୍ବରୁ ପୋଲିସ ହାତରେ ଧରାପଡିଛି ଏହି କୁଖ୍ୟାତ ଅପରାଧୀ । ଗୁପ୍ତ ସୂଚନା ପାଇଁ ପୋଲିସ ଏହି ସୁପାରିକିଲର ପିଛା କରିଥିଲା । ପୋଲିସକୁ ଦେଖିବା ପରେ ପୋଲିସ ଉପରକୁ ଆଇବୁଜା ଗୁଳିମାଡ କରିଥିଲା ସୁପାରିକିଲର । କିନ୍ତୁ ପୋଲିସ ହାତରୁ ଖସି ପଳାଇବାରେ ସଫଳ ହୋଇପାରିନଥିଲା । କୁଖ୍ୟାତ ଅପରାଧୀ ପାଖରୁ ବନ୍ଧୁକ ଗୁଳି ଜବତ କରିବା ସହ ଅଧିକ ତଦନ୍ତ କରୁଛି ପୋଲିସ । ତେବେ ସୂଚନାରୁ ଯାହା ଜଣାପଡିଛି, ପୋଲିସ ହାତରେ ଧରାପଡିଥିବା କୁଖ୍ୟାତ ଅପରାଧୀ ନାଁରେ ବିଭିନ୍ନ ଥାନାରେ ଅନେକ ସଙ୍ଗୀନ ଅପରାଧୀକ ମାମଲା ପୂର୍ବରୁ ରହିଛି