କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବଡ ବିମାନ ଦୁର୍ଘଟଣା । ବାୟୁସେନାର ଦୁଇଟି ବଡ ବିମାନ ଦୁର୍ଘଟଣାଗ୍ରସ୍ତ । ସୁଖୋଇ-୩୦ ଓ ମିରାଜ୍-୨୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ୱାଲିଅର ଏୟାରବେସରୁ ଦୁଇଟି ବିମାନ ଉଡାଣ ଭରିଥିଲା ।

Advertisment

ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରର ଦୃଶ୍ୟ ସାମ୍ନାକୁ ଆସିଛି । ତଳକୁ ଖସି ପଡିବା ପରେ ଜଳି ଯାଇଛି ବିମାନ । ତେବେ କେମିତି ଏହି ଦୁର୍ଘଟଣା ଘଟିଲା ଜଣାପଡ଼ି ନାହିଁ । ତାଲିମ ବେଳେ ଏପରି ଘଟିଥିବା କୁହାଯାଉଛି । ଗ୍ୱାଲିଅରର ଏୟାରବେସରୁ ଏହି ଦୁଇଟି ବିମାନ ଉଡ଼ାଣ ଆରମ୍ଭ କରିଥିଲେ । ହେଲେ କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କ୍ଷୟକ୍ଷତି ବିଷୟରେ ଜଣାପଡ଼ି ନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ସାରିଛନ୍ତି ।

ସୁଖୋଇରେ ଥିବା ଦୁଇ ଜଣ ପାଇଲଟଙ୍କୁ ଉଦ୍ଧାର କରାଯାଇଛି । ତେବେ ମିରାଜରେ ଥିବା ପାଇଲଟଙ୍କୁ ଠାବ କରାଯାଇପାରି ନାହିଁ । ଉଦ୍ଧାର ହୋଇଥିବା ଦୁଇ ପାଇଲଟଙ୍କୁ ହେଲିକପ୍ଟର ଯୋଗେ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ନେଇ ବୟେୁସେନା ମୁଖ୍ୟଙ୍କ ସହ କଥା ହୋଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସେହିପରି ସିଡିଏସ୍ ଅନୀଲ ଚୌହ୍ୱାନ ମଧ୍ୟ ପ୍ରତିରକ୍ଷାମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ।