ଖେଳିବା ପାଇଁ ମୋବାଇଲ ନଦେବାରୁ ଛାତ୍ରଙ୍କ ଆତ୍ମହତ୍ୟା । ଫ୍ୟାନରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀର ଛାତ୍ର

179

କନକ ବ୍ୟୁରୋ : ମୋବାଇଲ ନଦେବାରୁ ପୁଣି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କୋରାପୁଟ ସହର ଗୌତମନଗର ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁସାରେ, ଶ୍ରୀନିବାସ ରାଓଙ୍କ ୧୩ ବର୍ଷିୟ ପୁଅ ମନୋହର ସେଂଟ ଜାଭିୟର ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି । କରୋନା ଯୋଗୁଁ ବିଦ୍ୟାଳୟରେ ବିଦ୍ୟାଳୟ ବନ୍ଦ ଥିବାରୁ ସେ ଅନଲାଇନରେ ମୋବାଇଲରେ କ୍ଳାସ କରନ୍ତି । ହାତରେ ମୋବାଇଲ ଥିବା ମନୋହର ଅଧିକାଂଶ ସମୟ ଗେମ୍ ଖେଳୁଥିଲେ । ଆଉ ମୋବାଇଲ ପ୍ରତି ଆଶକ୍ତ ହୋଇପଡିଥିଲେ । ପରିବାର ଲୋକ ଯେତେ ବୁଝାଇଲେ ବି ମୋବାଇଲ ନିଶା ତାଙ୍କର ଦିନକୁ ଦିନ ବଢ଼ି ଚାଲିଥିଲା । ମଙ୍ଗଳବାର ମୋବାଇଲ ଛଡାଇ ନେବାରୁ ସେ ଏଥିରେ ରାଗି ଯାଇ ଗୋଟିଏ ରୁମରେ ପଶି ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ । ଆଉ ବେକରେ ଶାଢ଼ି ବାନ୍ଧି ଏକ ଫ୍ୟାନରେ ଝୁଲି ପଡିଥିଲେ । ପରିବାର ଲୋକେ କବାଟ ଭାଙ୍ଗି ମନୋହରଙ୍କୁ ଉଦ୍ଧାର କରି ଗୁରୁତ୍ୱର ଅବସ୍ଥାରେ ହସ୍ପିଟାଲକୁ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପିଲାଙ୍କ ମୋବାଇଲ ନିଶା ଚିନ୍ତା ବଢ଼ାଉଛି ।