କଲିକତାରୁ ଓଡିଶା ଷ୍ଟଡିଟୁରରେ ଆସିଥିଲେ । ଜଳପ୍ରପାତରେ ଗାଧୋଉଥିବାବେଳେ ଗୋଡ ଖସି ଜଣେ ଛାତ୍ର ନିଖୋଜ,ଦୁଇ ଗୁରୁତର ।

Advertisment
କଲିକତାରୁ ଓଡିଶା ଷ୍ଟଡିଟୁରରେ ଆସିଥିଲେ । ଜଳପ୍ରପାତରେ ଗାଧୋଉଥିବାବେଳେ ଗୋଡ ଖସି ଜଣେ ଛାତ୍ର ନିଖୋଜ,ଦୁଇ ଗୁରୁତର ।

କନକ ବ୍ୟୁରୋ: ଷ୍ଟଡିଟୁର୍ ପାଇଁ ଆସି ଜଳପ୍ରପାତରେ ଗାଧୋଇବା ହେଲା କାଳ । ଅସାବଧାନତା କାରଣରୁ ଜଳ ପ୍ରପାତରେ ଭାସି ଯାଇ ଜଣେ ଛାତ୍ର ନିଖୋଜ ଥିବା ବେଳେ ଅନ୍ୟ ୨ ଛାତ୍ର ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

କଲିକତାର ଏକ ଘରୋଇ କଲେଜର ଛାତ୍ରମାନେ ଷ୍ଟଡି ଟୁରରେ ଯୋଡ଼ା ଅଂଚଳକୁ ଆସିଥିବା ବେଳେ ବଲାଣି ଥାନା କୁଣ୍ଡୁଲୁ ଜଳପ୍ରପାତକୁ ବୁଲିବାକୁ ଯାଇ ସେଠାରେ ଗାଧୋଇଥିଲେ । ଗାଧୋଇବା ବେଳେ ଅସାବଧାନତା କାରଣରୁ ତାରାଶଙ୍କର ସରକାର ନାମକ ଛାତ୍ର ଜଳପ୍ରପାତରେ ନିଖୋଜ ହୋଇ ଯାଇଥିଲେ । ତେବେ ଅନ୍ୟ ୨ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଡ଼ବିଲ ମେଡିକାଲରେ ଚିକିତ୍ସା କରାଯାଉଛି । ନିଖୋଜ ଛାତ୍ରଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe