କନକ ବ୍ୟୁରୋ: ଷ୍ଟଡିଟୁର୍ ପାଇଁ ଆସି ଜଳପ୍ରପାତରେ ଗାଧୋଇବା ହେଲା କାଳ । ଅସାବଧାନତା କାରଣରୁ ଜଳ ପ୍ରପାତରେ ଭାସି ଯାଇ ଜଣେ ଛାତ୍ର ନିଖୋଜ ଥିବା ବେଳେ ଅନ୍ୟ ୨ ଛାତ୍ର ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
କଲିକତାର ଏକ ଘରୋଇ କଲେଜର ଛାତ୍ରମାନେ ଷ୍ଟଡି ଟୁରରେ ଯୋଡ଼ା ଅଂଚଳକୁ ଆସିଥିବା ବେଳେ ବଲାଣି ଥାନା କୁଣ୍ଡୁଲୁ ଜଳପ୍ରପାତକୁ ବୁଲିବାକୁ ଯାଇ ସେଠାରେ ଗାଧୋଇଥିଲେ । ଗାଧୋଇବା ବେଳେ ଅସାବଧାନତା କାରଣରୁ ତାରାଶଙ୍କର ସରକାର ନାମକ ଛାତ୍ର ଜଳପ୍ରପାତରେ ନିଖୋଜ ହୋଇ ଯାଇଥିଲେ । ତେବେ ଅନ୍ୟ ୨ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଡ଼ବିଲ ମେଡିକାଲରେ ଚିକିତ୍ସା କରାଯାଉଛି । ନିଖୋଜ ଛାତ୍ରଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/11/wg.jpg)