ୟୁକ୍ରେନରେ ଫସିଛନ୍ତି ନବରଙ୍ଗପୁରର ଛାତ୍ର, ଚିନ୍ତାରେ ଅଭିଭାବକ । ଭାରତୀୟ ଦୂତାବାସ କାର୍ଯ୍ୟାଳୟରେ ଅଛନ୍ତି ନରସିଂହ ପାତ୍ର

Advertisment
ୟୁକ୍ରେନରେ ଫସିଛନ୍ତି ନବରଙ୍ଗପୁରର ଛାତ୍ର, ଚିନ୍ତାରେ ଅଭିଭାବକ । ଭାରତୀୟ ଦୂତାବାସ କାର୍ଯ୍ୟାଳୟରେ ଅଛନ୍ତି ନରସିଂହ ପାତ୍ର

କନକ ବ୍ୟୁରୋ : ୟୁକ୍ରେନ ଋଷିଆ ମଧ୍ୟରେ ଆରମ୍ଭ ହୋଇଛି ଲଢେଇ । ଏହାରି ଭିତରେ ନବରଙ୍ଗପୁର ପାଇଁ ଆସିଛି ଚିନ୍ତାଜନକ ଖବର । ୟୁକ୍ରେନରେ ଏବେ ଅନେକ ଭାରତୀୟ ଫସି ରହିଥିବା ବେଳେ ସେଥିମଧ୍ୟରୁ ନବରଙ୍ଗପୁରର ଜଣେ ଛାତ୍ର ମଧ୍ୟ ଫସି ରହିଛନ୍ତି । ନବରଙ୍ଗପୁର ସହର କେଉଟ ସାହିର ରଜନୀ ପାତ୍ରଙ୍କ ପୁଅ ନରସିଂହ ପାତ୍ର ଏବେ ସେଠାରେ ପଶି ରହିଛନ୍ତି । ନରସିଂହ ୟୁକ୍ରେନର ଟର୍ମିନଲଜି ନେସନାଲ ମେଡିକାଲ ୟୁନିଭର୍ସିଟିରେ ଡାକ୍ତରୀ ପାଠ ପଢୁଛନ୍ତି । ଏହା ତାଙ୍କର ୫ ବର୍ଷ ସେମିଷ୍ଟାର ।

କିନ୍ତୁ କଲେଜ ଛୁଟି ହୋଇଯାଇଥିବାରୁ ସେ ଭାରତର ଫେରିବାକୁ ଚାହୁଁଛନ୍ତି । ହେଲେ ଏବେ ସେଠାରେ ଯୁଦ୍ଧ ସ୍ଥିତି ଯୋଗୁଁ ଘରକୁ ଫେରିପାରୁନାହରନ୍ତି । ନବରଙ୍ଗପୁରରେ ପରିବାର ଲୋକେ ନରସିଂହଙ୍କ ସହିତ ଯୋଗାଯୋଗରେ ଥିବା ସହିତ ଗଣମାଧ୍ୟମରୁ ସ୍ଥିତି ବିଷୟରେ ଅବଗତ ହେଉଛନ୍ତି । ସେପଟେ ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ନରସିଂହ ଏବେ ଭାରତୀୟ ଦୂତାବାସ କାର୍ଯ୍ୟାଳୟରେ ରହିଛନ୍ତି । ସେଠାରେ ସେ ସୁରକ୍ଷିତ ରହିଥିବା କହିଛନ୍ତି । ଭାରତ ସରକାର ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବେ ବୋଲି ଆଶାବାଦୀ ଅଛନ୍ତି ନରସିଂହଙ୍କ ପରିବାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe