କନକ ବ୍ୟୁରୋ : ଗଞ୍ଜାମ ଖଲ୍ଲିକୋଟରେ ଅଭାବନୀୟ ଘଟଣା । ତୁଳସୀପୁର ଗାଁରେ ଥିବା ଏକ ବାତ୍ୟା ଆଶ୍ରୟସ୍ଥଳର ଗ୍ରିଲ୍ ପଡ଼ିଯିବାରୁ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ପବିତ୍ର ପାହନ । ବାତ୍ୟା ଆଶ୍ରୟ ସ୍ଥଳ ନିକଟରେ ଖେଳୁଥିଲା ପବିତ୍ର । କେହି ଜାଣିନଥିଲେ, ଛୋଟ ପିଲାଟି ଉପରକୁ ବଡ଼ ବିପଦ ମାଡି ଆସୁଛି ।

Advertisment

ବାତ୍ୟା ଆଶ୍ରୟ ସ୍ଥଳରେ ଲାଗିଥିବା ଗ୍ରିଲଟି ଭଙ୍ଗା ଅବସ୍ଥାରେ ରହିଥିଲା । ପବିତ୍ର ଖେଳୁଥିବା ଅବସ୍ଥାରେ ଭଙ୍ଗା ଗ୍ରିଲଟି ତା’ ଉପରେ ପଡି ଯାଇଥିଲା । ଘଟଣା ସ୍ଥଳରେ ହିଁ ତା’ର ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି ।