ନୂଆବର୍ଷରେ ଦେବଦର୍ଶନ ପାଇଁ ପ୍ରବଳ ଭିଡ । କଟକଣା ସତ୍ତ୍ୱେ ମନ୍ଦିରରେ ଦେଖିବାକୁ ମିଳିଲା ଗହଳି ।

110

କନକ ବ୍ୟୁରୋ: ନୂଆବର୍ଷର ନୂଆ ସକାଳ, ପ୍ରଥମ ସୂର୍ଯ୍ୟୋଦୟ ଏବଂ ଠାକୁରଙ୍କ ଦର୍ଶନ ପାଇଁ ଗହଳି ଦେଖିବାକୁ ମିଳିଛି । ଭିଡକୁ ଏଡାଇବା ପାଇଁ କଟକଣା ରହିଛି । ହେଲେ ଶ୍ରଦ୍ଧାଳୁ ବଡ଼ଦାଣ୍ଡରୁ ପତିତପାବନଙ୍କ ଦର୍ଶନ କରିଛନ୍ତି । ସମାନ ଦୃଶ୍ୟ ମା’ ସମଲେଶ୍ୱରୀ ମନ୍ଦିର ଆଗରେ ମଧ୍ୟ ରହିଛି । କଟକଣା ସତ୍ୱେ ମନ୍ଦିର ବାହାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଶହ ଶହ ଲୋକ ମନ୍ଦିର ବାହାରେ ମା’ଙ୍କୁ ଦୀପଦାନ କରୁଛନ୍ତି । ୪ ଦିନ ଧରି ମନ୍ଦିର ବନ୍ଦ ରହିବା କାରଣରୁ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ତେବେ ମା’ଙ୍କୁ ଦର୍ଶନ କରିନପାରି ଶ୍ରଦ୍ଧାଳୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେହିପରି ନୂଆବର୍ଷରେ କୋଣାର୍କ ସୂର୍ଯ୍ୟମନ୍ଦିର ବନ୍ଦ ରହିଛି । ଭିଡ ଏଡାଇବାକୁ ଜାରି ହୋଇଛି ୧୪୪ ଧାରା । ହେଲେ ସୂର୍ଯ୍ୟୋଦୋୟ ଦେଖିବା ପାଇଁ ଚନ୍ଦ୍ରଭାଗାରେ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । କଟକଣାକୁ ଖାତିର ନକରି ପ୍ରବଳ ମାତ୍ରାରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି । କିନ୍ତୁ କାଳିଜାଇରେ ଲୋକଙ୍କ ଗହଳି ନାହିଁ । ଖାଁ ଖାଁ ରହିଛି ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଇଙ୍କ ମନ୍ଦିର । ୧୪୪ ଧାରା ଜାରି ହୋଇଥିବାରୁ ପୂର୍ବବର୍ଷ ଭଳି ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିନାହିଁ ।