କନକ ବ୍ୟୁରୋ: ବଡଦେଉଳୁ ଖସିଲା ବଡପଥର । ଜଗମୋହନର ଦକ୍ଷିଣ ପୂର୍ବ ପାଶ୍ୱର୍ ମୁଦୁଲି ଦ୍ୱାର ପାଖ ନାଟମଣ୍ଡପ ବାହାର ପାଶ୍ୱର୍ ସଖି ଉପର ଚାଳି ନିକଟରୁ ଖସିଛି ବଡପଥର । ଗତ ୨୩ ତାରିଖ ରବିବାରଦିନ ଏହି ପଥର ଖସିଛି । ପୂର୍ବରୁ ନାଟମଣ୍ଡପ, ରତ୍ନଭଣ୍ଡାର ବାହାର କାନ୍ଥ ଓ ଏକାଧିକ ସ୍ଥାନରେ ଫାଟ ରହିଥିବାବେଳେ ଏବେ ପୁଣି ପଥର ଖସିବା ବଡଦେଉଳର ରକ୍ଷଣାବେକ୍ଷଣ ଉପରେ ବଡ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । ଏ ନେଇ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ଅବଗତ କରାଇଛି । ପଥରର ଓଜନ କେତେ ହେବ ତାହା ଜଣାପଡିନାହିଁ । ତେବେ ପଥରକୁ ଦେଖିଲେ ଏହା ୨ରୁ ୩ କିଲୋ ହେବ ବୋଲି ଅନୁମାନ କରାଯାଉଛି । ଏଏସଆଇ ପକ୍ଷରୁ ଏହି ଅଂଚଳକୁ ଯାଂଚ କରାଯାଇଛି ।
ଶ୍ରୀମନ୍ଦିର ବେହରଣ ଦ୍ୱାର ଓ ମୁଦୁଲି ଦ୍ୱାର ମଝିରେ ଚର୍ଚ୍ଚାମାନେ ବସୁଥିବା ସ୍ଥାନରେ ଏହି ପଥର ଖସିଛି । ଶ୍ରୀମନ୍ଦିର ବାରମ୍ବାର ଦୁର୍ବଳ ହେଉଥିବାରୁ ପଥର ମଧ୍ୟ ଦୁର୍ବଳ ହେଉଛି । ମାଙ୍କଡମାନେ ବିଭିନ୍ନ ସମୟରେ ଏହା ଉପରକୁ ଡେଉଁଥିବାରୁ ପଥର ଖସିବା ଅନୁମାନ କରାଯାଉଛି । କିନ୍ତୁ ପ୍ରକୃତ କାରଣ ଜଣାପଡିନାହିଁ । ଖସିଥିବା ପଥରର ପରୀକ୍ଷଣ କରାଯାଇଛି । ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟିବି ଗଠନ ହୋଇଛି । ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।
ଅଗଷ୍ଟ ମାସରେ ଶ୍ରୀମନ୍ଦିର ଗର୍ଭଗୃହରୁ ପ୍ରାୟ ଦେଢକିଲୋ ଓଜନର କେମିକାଲ ଯୁକ୍ତ ପ୍ଲାଷ୍ଟର ଖସିଥିଲା । ହେଲେ ତାହା ଏ ଯାଏଁ ମରାମତି ହୋଇନାହିଁ । ଏବେ ପୁଣି ପଥରର ଖସିବା ପରେ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/15-19.jpg)