ପ୍ରଥମଥର ପାଇଁ ବୈଜ୍ଞାନିକ ମାନେ ଲ୍ୟାବରେ ପ୍ରସ୍ତୁତ କଲେ ମା’କ୍ଷୀର । ଖୋଲା ବଜାରରେ ବିକ୍ରି କରିବାକୁ ଚାଲିଛି ପ୍ରସ୍ତୁତି

357

କନକ ବ୍ୟୁରୋ : କୌଣସି ବି ନବଜାତ ଶିଶୁପାଇଁ ମା’କ୍ଷୀର ଅମୃତ ସମାନ । ଶିଶୁର ଶାରିରୀକ ବିକାଶ ପାଇଁ ମା’କ୍ଷୀର ହିଁ ସବୁଠାରୁ ଉପାଦେୟ ବୋଲି ଡାକ୍ତରମାନେ କହିଥାନ୍ତି । ତେଣୁ ପିଲା ଜନ୍ମ ହେବାର ୬ ମାସ ଯାଏଁ ଶିଶୁକୁ ମା’କ୍ଷୀର ଦେବାକୁ ସେମାନେ ପରାମର୍ଶ ଦେଇଥାନ୍ତି । ହେଲେ ବଦଳୁଥିବା ଜୀବନଶୈଳୀ ଓ ଆଧୁନିକତାର ଛାପ ଫଳରେ ଏବେ କିଛି ମହିଳାମାନେ ନିଜ ନିଜ ରୂପର ଚମକ ନଷ୍ଟ ହୋଇଯିବା ଆଶଙ୍କା କରି ନିଜ ପିଲାକୁ କ୍ଷୀର ଦେବାରୁ ବିରତ ରହୁଛନ୍ତି    । ଏହାକୁ ନଜରରେ ରଖି ବୈଜ୍ଞାନିକ ମାନେ ଲ୍ୟାବରେ ପ୍ରସ୍ତୁତ କରିଛନ୍ତି ମା’କ୍ଷୀର । ଯାହାକି ଅବିକଳ ମା’କ୍ଷୀର ଭଳି ଶିଶୁକୁ ପ୍ରୋଟିନ ଯୋଗାଇବ ।

ବାୟୋମିଲ୍କ ନାମରେ ଏକ ଷ୍ଟାଟ୍ ଅପ୍ ମହିଳାମାନଙ୍କ ସ୍ତନକୋଷରୁ ଏହି ଦୁଗ୍ଧ ପ୍ରସ୍ତୁତ କରିବାରେ ସଫଳ ହୋଇଛି । ଏହି କମ୍ପାନୀରେ ସର୍ବାଧି ମହିଳା କାର୍ଯ୍ୟ କରିଥାନ୍ତି । କମ୍ପାନୀ ତରଫରୁ କୁହାଯାଇଛି କି ଲ୍ୟାବରେ ପ୍ରସ୍ତୁତ ଏହି କ୍ଷୀରରେ ସବୁ ପ୍ରକାର ପୌଷ୍ଟିକ ତତ୍ତ୍ୱ ରହିଛି ଯାହା ମା’କ୍ଷୀରରେ ରହିଥାଏ ।

କମ୍ପାନୀ ଦାବି କରିଛି କି, ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ହିସାବରେ ଦେଖାଗଲେ ଏହି କ୍ଷୀରରେ ସବୁ ପ୍ରକାର ପ୍ରୋଟିନ୍, କାର୍ବୋହାଇଡ୍ରେଡ, ଫ୍ୟଟି ଏସିଡ ଓ ବାୟୋଏକ୍ସିଭ୍ ଲିପିଡସ୍ ରହିଛି, ଯାହାକି ଶିଶୁ ମାନଙ୍କୁ ମା’କ୍ଷୀରରୁ ମିଳିଥାଏ । ଏହାସହ କମ୍ପାନୀ ତରଫରୁ ଆହୁରି କୁହାଯାଇଛି କି, ସେମାନଙ୍କ ଉତ୍ପାଦରେ ଇମିନ୍ୟୁ ଡେଭଲପମେଣ୍ଟ, ଶରୀରର ପରିପକ୍ୱତା, ମାଇକ୍ରୋବାୟମ ଓ ମାନସିକ ବିକାଶକୁ ତ୍ୱରାନ୍ୱିତ କରୁଥିବା ତତ୍ୱ ରହିଛି । ଏହାସହ ଆଗମୀ ୩ ବର୍ଷ ମଧ୍ୟରେ ଏହି ପ୍ରଡକ୍ଟ ମାର୍କେଟରେ ଉପଲବ୍ଧ କରାଇବ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।

କହିରଖୁ କି ବରିଷ୍ଠ ସେଲ୍ ବାୟୋଲୋଜିଷ୍ଟ ଡାକ୍ତର ଷ୍ଟ୍ରିକଲାଣ୍ଡ ନିଜ ଅନୁଭବରୁ ବ୍ରେଷ୍ଟ ମିଲ୍କର ବିକଳ୍ପ ଉପରେ କାମ ଆରମ୍ଭ କରିଥିଲେ । ୨୦୧୩ ମସିହାରେ ସେ ଏକ ଲ୍ୟାବରେ ସ୍ତନକୋଷ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଥିଲେ ।