ଅକ୍ଷମ ହେଲେ ବି ସକ୍ଷମଙ୍କ ପାଇଁ ଉଦାହରଣ । ଭିନ୍ନକ୍ଷମ ହୋଇ ବି ଦିବ୍ୟାଙ୍ଗ ଭତ୍ତା ଟଙ୍କାରେ ଲଗାଉଛନ୍ତି ଚାରା ।

202

କନକ ବ୍ୟୁରୋ: ଭିନ୍ନକ୍ଷମ ବ୍ୟକ୍ତିଙ୍କ ନିଆରା ପରିବେଶ ଚିନ୍ତା । ନିଜ ଦିବ୍ୟାଙ୍ଗ ଭତ୍ତା ଟଙ୍କାରେ ନିଜ ଗାଁର ରାସ୍ତାକଡ଼ ନଦୀ ପଠା ସହ ଅନ୍ୟାନ୍ୟ ସ୍ଥାନରେରେ ବିଭିନ୍ନ ପ୍ରକାର ଆମ୍ବ, ପଣସ, ନଡିଆ ,ଜାମୁ କୋଳି ଚାରା ରୋପଣ କରିବା ଏହାର ସୁରକ୍ଷା ଆଉ ରକ୍ଷଣା ବେକ୍ଷଣ କରି ପିଲାଙ୍କ ପରି ବଢାଇବା ଘଟଣା ସାମ୍ନାକୁ ଆସିଛି । ଏହିଭଳି ଏକ ପରିବେଶ ପ୍ରେମୀ ମଣିଷ ହେଉଛନ୍ତି ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଉରିଆ କଣ ଗ୍ରାମର ଶଶୀଭୂଷଣ ଜେନା ।

ଭିନ୍ନକ୍ଷମ ବ୍ୟକ୍ତି ଶଶୀଭୂଷଣ ଜେନାଙ୍କୁ ବୟସ୫୮ । ମୁଣ୍ଡରେ ଗାମୁଛା ମୁହଁରେ ମାସ୍କ ଆଉ କାନ୍ଧରେ କୋଦାଳ ଧରି ବାହାରି ପଡିଛନ୍ତି । କାର୍ଯ୍ୟ ହେଲା ବିଭିନ୍ନ ଗାଁ ରାସ୍ତା ଆଉ ନଦୀ ପଠାରେ ବିଭିର୍ଣ ପ୍ରକାରର ଫଳନ୍ତି ଚାରା ଅର୍ଥାତ ଆମ୍ବ, ନଡ଼ିଆ ଜାମୁକୋଳି ପଣସ ସହ ବରଗଛ ଚାରା ରୋପଣ କରିବା ଆଉ ତାର ରକ୍ଷଣାବେକ୍ଷଣ କରିବା । ଦିନେ ଶଶୀଭୂଷଣ ପରିବା ଚାଷ କରୁଥିବାବେଳେ ଥକା ମେଣ୍ଟାଇବାକୁ ଛାଇ ଦେଖି ଶୋଇପଡ଼ିଥିଲେ । ନିଦ ଭାଙ୍ଗିଲା ବେଳକୁ ସେ ଚିନ୍ତା କଲେ ଛୋଟିଆ ଗଛଟିଏ ଏତେ ଛାଇ ଦେଲାଯେ ମୋତେ ଏତେ ନିଦ ଆସିଲାଯେ ମୁ ଶାନ୍ତିରେ ଶୋଇଲି । ଆଉ ବଡ଼ ବଡ଼ ବରଗଛ କେତେ ଶାନ୍ତି ଦେଉ ନଥିବ। ସେହି ଦିନ ଠାରୁ କିଛି କିଛି ଗଛ ଲଗାଇବା ଆରମ୍ଭ କଲେ ନିଜର ଭତ୍ତା ଟଙ୍କା ସହ ପରିବା ଚାଷ କରି ଯାହା ଟଙ୍କା ରୋଜଗାର କରେ ସେଥିରେ ନିଜେ ଚାଲିବା ସହ ସେଥିରୁ ଯାହା ବଳେ ସେଥିରେ ସେ ବିଭିନ୍ନ ଚାରା କିଣି ଆଣି ତାହାକୁ ନଦୀ ବନ୍ଧ ତଳ ଗାଁ ରାସ୍ତା କଡରେ ରୋପଣ କରି ଥାନ୍ତି । 

ଦିନେ ଏମିତି ରେଡ଼ିଓରେ ଆକାଶ ବାଣୀ କଟକର ବନାନୀ କାର୍ଯ୍ୟକ୍ରମରେ ଏକ ବିଷୟ ହାତୀ ମଣିଷ ଲଢେଇ କାର୍ଯ୍ୟକ୍ରମରେ ଯୋଗ ଦାନ କରି ୧୦୦୦ଟଙ୍କା ପୁରସ୍କାର ପାଇଥିଲେ ଶଶୀଭୂଷଣ । ସେହିଠାରୁ ପ୍ରେରଣା ପାଇ ଶଶୀ ଆଉ ପଛକୁ ଫେରି ନାହାନ୍ତି । ସେହି ହଜାର ଟଙ୍କାକୁ ପୁଞ୍ଜି କରି ଗଛ ଚାରା ଲଗାଇବା ଆରମ୍ଭ କରିଦେଲେ । ଗୋଟିଏ ଚାରା କିଣି ତାକୁ ରୋପଣ କରିବା ସହ ତାର ସୁରକ୍ଷା ବାଡ଼ ଜାଲ ଆଉ ବାଉଁଶ କିଣି ଗଛ ଚାରିପଟେ ଘୋଡାଇବା ଆଉ ସେ ବଡ଼ ହେବା ପର୍ୟ୍ୟନ୍ତ ସେ ଜଗି ରହିଥାନ୍ତି । ଏହିଭଳି ୫ବର୍ଷ ମଧ୍ୟରେ ହଜାର ହଜାର ବହୁ ମୂଲ୍ୟବାନ ଚାରା ରୋପଣ କରିଥିଲେ । ଆଉ ସେ କୋହ ଭରା କଣ୍ଠରେ କୁହନ୍ତି ଯେ, ଗଛ ତାଙ୍କ ବାପା ମା ଭଳି  । ନିଜେ ଭିନ୍ନକ୍ଷମ ଆଉ ଅବିବାହିତ ତେଣୁ ସଂସାର ସୁଖରୁ ବଂଚିତ ହେଲେ ମଧ୍ୟ ଗୋଟିଏ ଗଛ ତାର ପୁଅ, ଯେମିତି ପିଲାଟିଏ ଜନ୍ମ ହେଲେ ତାର ବଢିବା ଠାରୁ ଭବିଷ୍ୟତ ଚିନ୍ତାବାପା ମାଙ୍କର ଥାଏ ସେମିତି ଗୋଟିଏ ଗଛ ମୋର ପୁଅ । ସେ ବଢ଼ି ଯେତେବେଳେ ତାର ଛାଇରେ ମଣିଷ ଜୀବଜନ୍ତୁ ଶାନ୍ତି ପାଇବ ସେ ହେଲା ମୋର ଶାନ୍ତି ବୋଲି କହି ଭାବବିହ୍ୱଳ ହୋଇପଡୁଛନ୍ତି ଶଶୀଭୂଷଣ ।