କନକ ବ୍ୟୁରୋ : ଏୟାର ଡିଫେନ୍ସ ସିଷ୍ଟମ ଏସ୍-୪୦୦ ନେଇ ତାଲିମ ନେବାକୁ ଭାରତୀୟ ସେନାର ଏକ ଟିମ୍ ରୁଷ୍ ଅଭିମୁଖେ ଗସ୍ତ କରିଛି । ୨୦୧୮ ଅକ୍ଟୋବରରେ ଭାରତ ଓ ରୁଷ୍ ଏନେଇ ଚୁକ୍ତି କରିଥିଲେ । ପାଞ୍ଚ ଦଶମିକ ୪ ବିଲିୟନ ଡଲାର ମୂଲ୍ୟରେ ରୁଷ୍ ଠାରୁ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରତିରୋଧୀ ବ୍ୟବସ୍ଥା କିଣୁଛି ଭାରତ ।
ଚଳିତବର୍ଷ ଶେଷ ସୁଦ୍ଧା ଏହି ସିଷ୍ଟମର ପ୍ରଥମ ଉପକରଣ ଭାରତକୁ ଆସିବାର କାର୍ଯ୍ୟକ୍ରମ ରହିଛି । ଏହା ଭାରତକୁ ଆସିଲେ ପ୍ରତିରକ୍ଷା କ୍ଷେତ୍ରରେ ସେନାକୁ ବଳ ମିଳିବ । ତେବେ ଏସ୍-୪୦୦ କିଣିବା ନେଇ ଭାରତର ନିଷ୍ପତ୍ତିକୁ ଆମେରିକା ବିରୋଧ କରିଆସିଛି । ହେଲେ ନୂଆ ଦିଲ୍ଲୀ ଏହାସତ୍ୱେ ରୁଷ୍ ସହ ଚୁକ୍ତି କରିଥିଲେ ।
ଏବେ ଚର୍ଚ୍ଚା ହେଉଛି କି, ରୁଷରୁ ଏସ୍-୪୦୦ ସିଷ୍ଟମ ଆସିସାରିବା ପରେ ଆମେରିକା ଭାରତ ଉପରେ କିଛି କଟକଣା ଲଗାଇପାରେ । ତେବେ ଏନେଇ ଆମେରିକା ପ୍ରଶାସନ କିଛି ସ୍ପଷ୍ଟ କରି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/34-14.jpg)