କରୋନା ମୁକାବିଲା ପାଇଁ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା । ଆତ୍ମନିର୍ଭର ଭାରତ ଅଭିଯାନ ନାମରେ ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ । କହିଲେ, ଲାଭବାନ ହେବେ ଦେଶର ଶ୍ରମିକ, କୃଷକ, ମଧ୍ୟମ ବର୍ଗ ଓ ଉଦ୍ୟୋଗ ଜଗତ : କଣ ରହିଛି ପ୍ୟାକେଜରେ, ଖୁବଶୀଘ୍ର କହିବେ ଅର୍ଥମନ୍ତ୍ରୀ

470

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ମୋଦି ଘୋଷଣା କରିଥିବା ବଡ ଆର୍ଥିକ ପ୍ୟାକେଜରେ କଣ ରହିଛି ସେନେଇ ଆଜି ବିସ୍ତୃତ ବିବରଣୀ ରଖିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ । ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଏହି ବଡ ପ୍ୟାକେଜ କଥା ଘୋଷଣା କରିଥିଲେ । କରୋନା ମୁକାବିଲା ପାଇଁ ଆତ୍ମନିର୍ଭର ଭାରତ ଅଭିଯାନ ନାମରେ ସ୍ୱତନ୍ତ୍ର ପ୍ୟାକେଜରେ ୨୦ ଲକ୍ଷ କୋଟି ଟଙ୍କା ଘୋଷଣା କରିଥିଲେ ମୋଦି । ଯାହାକି ଦେଶର ମୋଟ ଜିଡିପିର ୧୦ ପ୍ରତିଶତ । ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହି ପ୍ୟାକେଜ୍ ଦ୍ୱାରା ଦେଶ ଆତ୍ମନିର୍ଭରଶୀଳ ହେବ । ଏହାଦ୍ୱାରା ଶ୍ରମିକ, କୃଷକ , ମଧ୍ୟମ ବର୍ଗ ଓ ଉଦ୍ୟୋଗୀ ଜଗତ ଲାଭବାନ ହେବେ ।

କୁଟୀର ଶିଳ୍ପ ଓ ଲଘୁ ଉଦ୍ୟୋଗ ପାଇଁ ପ୍ୟାକେଜରେ ବ୍ୟବସ୍ଥା ରହିଛି । ଗରୀବ , ପ୍ରବାସୀ ଶ୍ରମିକ, ମତ୍ସ୍ୟଜୀବିଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ତେବେ ଏନେଇ ଆଜି ବିସ୍ତୃତ ଭାବେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିବେ ବୋଲି ମୋଦି କହିଛନ୍ତି ।

ତାଲାବନ୍ଦ ଅବଧି ବଢ଼ିବ କି ନାହିଁ ତାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ନୂଆ ନିୟମ ଓ ନୂଆ ରୂପରେ ଆସିବ ଲକଡାଉନ ଚତୁର୍ଥ ପର୍ଯ୍ୟାୟ । କେମିତି ଭାରତ ହୋଇପାରିବ ଆତ୍ମନିର୍ଭରଶୀଳ । ସେ ନେଇ ପାଂଚଟି ସୋପାନ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଥିଲେ , ଅର୍ଥନୀତିକୁ ମଜଭୁତ କରିବା । ଭିିତିଭୂମିର ବିକାଶ କରିବା । ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ବ୍ୟବସ୍ଥାକୁ ମଜବୁତ କରିବା, ଭୌଗଳିକ ଅବସ୍ଥିତିର ଲାଭ ଉଠାଇବା ଏବଂ ଆବଶ୍ୟକତା ଅନୁଯାୟୀ ଚାହିଦା ପୂରଣ କରିବା । ଏଥି ସହ ପ୍ରତ୍ୟକ ଭାରତୀୟ ସ୍ୱଦେଶୀ ସାମଗ୍ରୀକୁ ଅଧିକରୁ ଅଧିକ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି ।