କାବୁଲରୁ ଭାରତ ଫେରିଲେ ଆଉ ୮୭ ଭାରତୀୟ । ଭାରତ ମାତା କି ଜୟ ଧ୍ୱନିରେ କମ୍ପିଲା ବିମାନ ।

179

କନକ ବ୍ୟୁରୋ: କାବୁଲରୁ ଭାରତ ଫେରିଲେ ଆଉ ୮୭ ଭାରତୀୟ ନାଗରିକ । ଏୟାର ଇଣ୍ଡିଆର ବିମାନରେ ଏହି ୮୭ ଭାରତୀୟଙ୍କୁ ଦିଲ୍ଲୀ ଅଣାଯାଇଛି । ଯେଉଁମାନଙ୍କ ମଧ୍ୟରେ ଦୁଇ ଜଣ ନେପାଳର ନାଗରିକ ମଧ୍ୟ ଅଛନ୍ତି । ବିମାନରେ ବସିବା ପରେ ଭାରତ ମାତା ବି ଜୟ ନାରା ଦେଇଥିଲେ ଭାରତୀୟ ନାଗରିକ । ତେବେ ସ୍ୱଦେଶ ଫେରିଥିବାରୁ ସେମାନଙ୍କ ମନରେ ଉଲ୍ଲାସ ଭରି ରହିଥିଲା । ଭାରତ ସରକାରଙ୍କ ପକ୍ଷରୁ ନିଜ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି । ଏବେ ଅଧିକ ବିମାନ କାବୁଲ ପଠାଯିବ । ପ୍ରତ୍ୟେକ ଦିନ ଦୁଇଟି ବିମାନ ଉଡାଣ ପାଇଁ ଭାରତକୁ ଅନୁମତି ମିଳିଛି । କାବୁଲରୁ ଏହି ବିମାନ ଉଡାଣ ଭରିବ । ସେହିପରି ଆମେରିକା ମଧ୍ୟ କାବୁଲ ଏୟାରପୋର୍ଟରୁ ନିଜ ନାଗରିକଙ୍କୁ ଫେରାଇ ନେବା ପାଇଁ ଉଦ୍ୟମ ଜାରି ରଖିଛି । କାବୁଲ ଏୟାରପୋର୍ଟରେ ୫ ହଜାରରୁ ଅଧିକ ଆମେରିକୀୟ ସୈନିକ ଉପସ୍ଥିତ ଅଛନ୍ତି ।