୬୩ ବର୍ଷ ହେବ ବ୍ୟାନ୍ ହୋଇଛି ଏହି ଗୀତ ! ଜାଣନ୍ତୁ କାହିଁକି ଏହି ଗୀତ ଶୁଣି ଆତ୍ମହତ୍ୟା କରନ୍ତି ଲୋକ, କଣ ରହିଛି ରହସ୍ୟ ?

156

ଏମିତି କିଛି ସଂଗୀତ ଅଛି ଯାହାକୁ ଶୁଣିବା ମାତ୍ରେ ମନରେ ଥିବା ଦୁଃଖ, ବିସାଦ ଦୂର ହୋଇଥାଏ । ଏଭଳିକି କିଛି ଗୀତ ଆପଣଙ୍କ ଫେଭରେଟ ମଧ୍ୟ ହୋଇଯାଏ । କାରଣ ସଂଗୀତ ହେଉଛି ଏକମାତ୍ର ପନ୍ଥା ଯାହାକୁ ଶୁଣିଲେ ଆପଣଙ୍କ ହୃଦୟ ଏବଂ ଶରୀରର ପରିଭାଷା ବଦଳିଯାଏ । ଆପଣଙ୍କୁ ଅନେକ ସମୟରେ ଆନନ୍ଦ ଦେଈଥାଏ ସଂଗୀତ । ହେଲେ କେବେ ଶୁଣିଛନ୍ତି ସଂଗୀତ ଯେ କାହାର ଜୀବନ ନେଇଯିବ ଯାହାକି ଅସମ୍ଭବ । ହେଲେ ଏଭଳି ଘଟଣା ଦୀର୍ଘ ୬୩ ବର୍ଷ ତଳେ ହଙ୍ଗେରୀରେ ଘଟିଥିବା ଜଣାପଡିଛି । ହଙ୍ଗେରୀର ସଂଗୀତକାର ରେଜସୋ ସେରେସ ୧୯୩୩ ମସିହାରେ ସ୍ୟାଡ ସଣ୍ଡେ ବା ଗୁଲମୀ ସଣ୍ଡେ ନାମକ ଏକ ଗୀତ ରଚନା କରିଥିଲେ । ଯାହାକୁ ଶୁଣିବା ମାତ୍ରେ ଅନେକ ଲୋକ ଆତ୍ମହତ୍ୟା କରିଥିବା ରୋଚକ ତଥ୍ୟ ସାମ୍ନାକୁ ଆସିଥିଲା ।

କାରଣ ଏକ ରିପୋର୍ଟ ଅନୁଯାୟୀ ଏହି ସ୍ୟାଡ ସଣ୍ଡେ ଗୀତରେ ହଙ୍ଗେରୀ ଭାଷାରେ ଲିରିକ୍ସ ଏବଂ  ହୃଦୟ ବିଦାରକ ମ୍ୟୁଜିକ ଶ୍ରୋତାମାନଙ୍କ ହୃଦୟକୁ ବହୁତ କଷ୍ଟ ଅନୁଭବ କରାଇଥାଏ  । ଯାହାଫଳରେ ଶ୍ରୋତା ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ରିପୋର୍ଟରେ ଉଲ୍ଲେଖ ଅଛି । ପ୍ରଥମେ ରିଲିଜ ହେବାମାତ୍ରେ ଏହି ଗୀତ ସମସ୍ତଙ୍କ ପ୍ରିୟ ହୋଇଯାଇଥିଲା କାରଣ ଏହା ଅତ୍ୟନ୍ତ ହୃଦୟ ସ୍ପର୍ଶୀ  ଦୁଃଖଦାୟକ ଗୀତଭାବେ ପରିଚିତ ହୋଇଥିଲା । ଏହି ଗୀତ ଶୁଣି ଆତ୍ମହତ୍ୟା କରିଥିବା ପ୍ରଥମ ଘଟଣା ୧୯୩୬ ମସିହାରେ ବର୍ଲିନ ସହରରେ ଘଟିଥିବା ତଥ୍ୟ ସାମ୍ନାକୁ ଆସିଥିଲା । ଗୀତଶୁଣି ଯୁବକଟି ନିଜକୁ ଗୁଳିମାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପରେ ପରେ ନ୍ୟୁୟର୍କରେ ଜଣେ ବୃଦ୍ଧ ୭ତାଲା କୋଠାରୁ ଡେଇଁ ଆତ୍ମହତ୍ୟା କରିବା ସହ ହଙ୍ଗେରୀରେ ମଧ୍ୟ ୧୭ ବର୍ଷ ଝିଅ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଥିଲା ।

୧୯୩୬ ମସିହାରେ ଏହି ଗୀତକୁ ବ୍ୟାନ କରିବା ପାଇଁ ବିବିସି ତରଫରୁ ସମ୍ପୂର୍ଣ୍ଣ ରିପୋର୍ଟ ଦିଆଯାଇଥିଲା । ଯାହାଫଳରେ ଏହି ଗୀତକୁ ବନ୍ଦ କରାଯାଉଛି । ପରେ ପରେ ଏହି ଗୀତକୁ ୭୯ଟି ଭାଷାରେ କମ୍ପୋଜ କରାଯାଇଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ଅତ୍ମହତ୍ୟାର ଘଟଣା ସାମ୍ନାକୁ ଆସିନାହିଁ । ଆପଣ ବ୍ଲୁ ହୁଏଲ ଗେମ ଖେଳ ଖେଳି ଆତ୍ମହତ୍ୟା କରୁଥିବା ଘଟଣା ବିଷୟରେ ଜାଣିଛନ୍ତି । କିନ୍ତୁ ଏଭଳି ଗୀତ ଯାହାକି ଆପଣଙ୍କର ଜୀବନ ନେବା ପାଈଁ ପ୍ରେରିତ କରିବ ସେଥିପାଇଁ ସତର୍କ ରୁହନ୍ତୁ ।