ତାଗିଦ୍ ପାଇଁ ଜୀବନ ହାରିଦେଲା ପୁଅ। ଅଭିମାନରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଲା ଦଶମ ଶ୍ରେଣୀ ଛାତ୍ର

Advertisment
ତାଗିଦ୍ ପାଇଁ ଜୀବନ ହାରିଦେଲା ପୁଅ। ଅଭିମାନରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଲା ଦଶମ ଶ୍ରେଣୀ ଛାତ୍ର

କନକ ବ୍ୟୁରୋ: ପ୍ରଦ୍ୟୁମ୍ନ ରାଉତ, ଦଶମ ଶ୍ରେଣୀ ଛାତ୍ର । ଜୀବନର ଅର୍ଥ ବୁଝିବା ପୂର୍ବରୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇ ଜୀବନ ହାରି ଦେଇଛନ୍ତି ପ୍ରଦ୍ୟୁମ୍ନ । ଏହି ଘଟଣା ଜଗତସିଂହପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରକାଶ ରାଉତ ଓ ରଶ୍ମୀରେଖାଙ୍କ ଏକମାତ୍ର ପୁଅ ପ୍ରଦ୍ୟୁମ୍ନ । ଅତି ଗେହ୍ଲାରେ ବଢିଥିଲା । ପୁଅର ସବୁ ଅଳି ଅଝଟ ପୂରଣ କରୁଥିଲେ ବାପା-ମାଆ । ସବୁ କିଛି ଠିକଠାକ୍ ଚାଲିଥିଲା, ହେଲେ ହଠାତ୍ ସବୁ କିଛି ବଦଳି ଗଲା । ସାମାନ୍ୟ କଥା ପାଇଁ ଜୀବନ ହାରିଦେଇଛି ପୁଅ । ଘଟଣା ଘଟିଛି ଜଗତସିଂହପୁର ଗାଲୁପଡ଼ା ଗାଁରେ । ବାପାଙ୍କ ପକେଟରୁ ମାତ୍ର ୬୦ ଟଙ୍କା ଚୋରାଇ ନେଇଥିଲେ ପ୍ରଦ୍ୟୁମ୍ନ । ଏହା ଜାଣିବା ପରେ ପୁଅକୁ ଆକଟ କରିଥିଲେ ବାପା । ଏଥିପାଇଁ ପ୍ରଦ୍ୟୁମ୍ନ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଆତ୍ମହତ୍ୟା ପୂର୍ବରୁ ଏକ ହାତ ଲେଖା ଛାଡି ଯାଇଛନ୍ତି ପ୍ରଦ୍ୟୁମ୍ନ । ଯେଉଁଥିରେ ସେ ଲେଖିଛନ୍ତି,  “ତାଙ୍କ ମୃତ୍ୟୁ ପାଇଁ ବାପା- ମାଆ କି ଅନ୍ୟ କେହି ଦାୟୀ ନୁହନ୍ତି । ଚୋରି କରିଥିବା ବଳକା ପଇସା ଟେବୁଲ ଉପରେ ରଖିଛନ୍ତି ।”

କିପରି ଜଣେ କୋମଳମତି ବାଳକ, ଛୋଟିଆ କଥାକୁ ନେଇ ଏତେ ଭାବପ୍ରବଣ ହୋଇ ଉଠିଥିଲା, ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କିଶୋର ବୟସରେ ପିଲାଙ୍କ ମନର ଆବେଗ ବୁଝିବା ବାସ୍ତବରେ କେତେ କଷ୍ଟକର ତାହା ଏହି ଦୁଃଖଦ ଘଟଣା ହିଁ ବୟାନ କରୁଛି । ପ୍ରଦ୍ୟୁମ୍ନଙ୍କ ବାପା-ମାଆ ଉଭୟ ସରକାରୀ ଶିକ୍ଷକ । ପୁଅକୁ ଭଲ ପାଠ ପଢାଇବା ପାଇଁ ବାଲିକୁଦା ମୁଳଗାଁ ପୈତୃକ ଘରେ ଛାଡି ଜଗତସିଂହପୁର ଗାଲୁପଡ଼ାରେ ଭଡାଘରେ ରହୁଥିଲେ । ପୁଅର ଆତ୍ମହତ୍ୟା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ବାପା-ମାଆ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe