କନକ ବ୍ୟୁରୋ: ପୁଅ ନା ପିଶାଚ ? ଯେଉଁ ମାଆ ଦିନେ ଗର୍ଭ ଯନ୍ତ୍ରଣା ସହି ପୁଅକୁ ଜନ୍ମ କରିଥିଲା ଆଜି ସେହି ପୁଅ ମାଆ ପାଇଁ ଯମ ପାଲଟିଯାଇଛି । ଆଉ ବୁଢୀ ମାଆକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ହତ୍ୟା ପଛର କାରଣ ଶୁଣି ସମସ୍ତେ ତାଜୁବ ହୋଇଯାଉଛନ୍ତି । ମାଆ ଭାତ ଦେବା ବିଳମ୍ବ କରିଦେଲା ବୋଲି ଠେଙ୍ଗାରେ ପିଟିପିଟି ମାଆକୁ ମାରିଦେଲା ନିଶାଶକ୍ତ ପୁଅ । ସୋର ଶିଙ୍ଗାଖୁଣ୍ଟା ଗୁଜଡିହା ଗାଁରୁ ଆସିଥିବା ଏ ଅଭାବନୀୟ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ତେବେ ଗାଁର ପୁରୁଷୋତ୍ତମ ବେହେରାଙ୍କ ସାନ ପୁଅ ରତିକାନ୍ତ ମାଙ୍କୁ ନିଶାଶକ୍ତ ଅବସ୍ଥାରେ ଭାତ ମାଗିଥିଲେ । ମା ଭାତ ଆଣି ଦେବାରେ ବିଳମ୍ବ ହେବାରୁ ଏଥିରେ ରତିକାନ୍ତ ଉତକ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ଠେଙ୍ଗାରେ ମାଆ ସତ୍ୟଭାମାଙ୍କୁ ପାହାର ପରେ ପାହାର ପିଟି ଚାଲିଥିଲା । ଫଳରେ ସେଇଠି ହିଁ ମାଆଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ପୁଅ ରତିକାନ୍ତକୁ ପୋଲିସ ଅଟକ ରଖିଛି ।
Follow Us