କନକ ବ୍ୟୁରୋ: ଦିବ୍ୟାଙ୍ଗ ସ୍ତ୍ରୀ, ବୃଦ୍ଧା ମା’ ପାଇଁ ଏକମାତ୍ର ସାହାର ପାଲଟିଛି ପୁଅ । ଜଗପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବା ଗାଁରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଦୁଇ ଗୋଡ଼ ନଥିବା ସ୍ତ୍ରୀ, ବୃଦ୍ଧା ମା’ର ସେବା କରୁଛି ୫୬ ବର୍ଷର ପୁଅ ଜୁଆକିନ୍ ବୀରୋ ।

Advertisment

ପରିବାର କହିଲେ, ବୃଦ୍ଧା ମା’, ଏବଂ ଅସୁସ୍ଥ ସ୍ତ୍ରୀ । ଏମାନଙ୍କୁ ନେଇ ଜୀବନ ଚାଲିଛି । ପିଲାମାନେ ଅଛନ୍ତି ହେଲେ ବିବାହ ପରେ କେହି ପଚାରୁନାହାଁନ୍ତି । ଏଭଳି ଅବସ୍ଥାରେ ଘରେ ଦୁଇ ଦୁଇ ଅସୁସ୍ଥ ବ୍ୟକ୍ତିଙ୍କୁ ନେଇ ଜୀବନ କାଟୁଛନ୍ତି ମୋହନା ବ୍ଲକ ଅନ୍ତରବା ଗାଁର ଜୁଆକିନ୍ ବୀରୋ । ରୋଗଗ୍ରସ୍ତ ହୋଇପଡ଼ି ରହିଥିବା ରିବିତି ବୀର ହେଉଛନ୍ତି ତାଙ୍କ ଦ୍ୱିତୀୟ ପତ୍ନୀ । ଦୁଇଟି ଯାକ ଗୋଡ଼ରେ ଘା ହେବାରୁ ତାଙ୍କୁ ଦୁଇଟି ଗୋଡ଼ ହରାଇବାକୁ ପଡ଼ିଛି । ଦୁଇ ଗୋଡ଼ ନଥିବାରୁ ବିଛଣାରେ ପଡ଼ି ରହୁଛନ୍ତି ଜ୍ୟାକିନ୍ଙ୍କ ପତ୍ନୀ । ତାଙ୍କର ଗାଧୋଇବା ଠୁ ଆରମ୍ଭ କରି ଅନ୍ୟାନ୍ୟ କାମ କରଉଛନ୍ତି ଜୁଆଖିନ୍ । ସେପଟେ ବୃଦ୍ଧା ମା’ର ନିଜ କାମ କରିବାରେ ଅସମର୍ଥ । ବୃଦ୍ଧା ମାର ବି ସମସ୍ତ କାମ କରୁଛନ୍ତି ପୁଅ ଜୁଆଖିନ୍ ।

ଜୁଆକିନ୍ ବୀରୋଙ୍କ ପ୍ରଥମ ସ୍ତ୍ରୀର ୨ଟି ପିଲା । ହେଲେ ସେମାନେ ପଚାରୁ ନାହାଁନ୍ତି । ସ୍ତ୍ରୀ, ମା’ର ସେବାରେ ଜୁଆକିନ୍ ବୀରୋ ବାହାରକୁ ବାହାରିବା ମଧ୍ୟ ତାଙ୍କ ପାଖରେ ସମ୍ଭବ ହେଉନି । ତେଣୁ ସରକାର ତାଙ୍କ ସ୍ତ୍ରୀଙ୍କୁ ପ୍ଲାଷ୍ଟିକ ଗୋଡ଼ ଯୋଗାଇଦେବା ସହ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛନ୍ତି । ଗୋଟିଏ ପଟେ ସ୍ତ୍ରୀର ସେବା ଅନ୍ୟପଟେ ବୃଦ୍ଧା ମା’ର ଯତ୍ନ ନେବା କଷ୍ଟ ସାଧ୍ୟ ଥିବା ବେଳେ ନିଜର ପ୍ରାଣପଣେ ଉଭୟଙ୍କ ସେବା କରୁଛନ୍ତି ଜୁଆକିନ୍ ବୀରୋ । ମନରେ କୌଣସି ଆପତି ନାହିଁ । ହେଲେ ଯଦି ଆର୍ଥିକ ସହାୟତା ମିଳିଯାଆନ୍ତା ତେବେ ତାଙ୍କ ଜୀବିକା ନିର୍ବାହ କରିବା ଟିକିଏ ସୁବିଧା ହୁଅନ୍ତ ବୋଲି କହିଛନ୍ତି । ଜୁଆଖିନ୍ଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ସହ ତାଭ୍କ ପତ୍ନୀଙ୍କ ନକଲି ଗୋଡ଼ ଲଗାଇବାକୁ ଗ୍ରାମବାସୀ ମଧ୍ୟ କହିଛନ୍ତି ।