ନିର୍ବାଚନ ସମୟରେ ଅଭାବନୀୟ ଘଟଣା । ଭିଭିପାଟ ମେସିନରୁ ବାହାରିଲା ସାପ, ଭୋଟ୍ କେନ୍ଦ୍ରରେ ଖେଳିଗଲା ଆତଙ୍କ ।

1,697

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ଜାରି ରହିଥିବା ବେଳେ ଏକ ଭୋଟ୍ କେନ୍ଦ୍ରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କେରଳର କେରଳର କନ୍ନୁର ଲୋକସଭା କ୍ଷେତ୍ରରେ ମତଦାନ ସମୟରେ ଏକ ପୋଲିଂ ବୁଥରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାକାର ମେୟିଲ କଣ୍ଡାକ୍କଇସ୍ଥିତ ଏକ ପୋଲିଂ ବୁଥରେ ଭିଭିପ୍ୟାଟ ମେସିନ୍ ଭିତରେ ସାପ ଥିବା ଦେଖିବାକୁ ମିଳିଥିଲା। ଯେଉଁ ସମୟରେ ମତଦାନ ହେଉଥିଲା ସେହି ସମୟରେ ଜଣେ ମତଦାତା ଭିଭିପ୍ୟାଟ ମେସିନରେ ସାପ ଦେଖିବାକୁ ପାଇଥିଲେ । ଯାହାପରେ ସେଠାରେ ଲାଇନରେ ଛିଡା ହୋଇଥିବା ମତଦାତାଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା ।

ସାପକୁ ଯଥା ଶୀଘ୍ର ସେଠାରୁ ହଟାଇ ଦିଆଯାଇଥିଲା । ଏହି କାରଣରୁ ମତଦାନରେ କିଛି ସମୟ ପାଇଁ ବାଧା ସୃଷ୍ଟି ହୋଇଥିଲା । ଆପଣଙ୍କୁ ଜଣାଇ ରଖିବାକୁ ଯାଉଛି କି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ପ୍ରଦେଶର ୧୧୭ ସିଟ୍ ପାଇଁ ଭୋଟ ଦିଆଯାଉଛି । କନ୍ନୁର ନିର୍ବାଚନ ମଣ୍ଡଳୀରୁ ବର୍ତ୍ତମାନ ସାଂସଦ ପି କେ ଶ୍ରୀଦେମି (ସିପିଆଇ-ଏମ୍-ଏଲଡିଏଫ), କେ ସୁରେନ୍ଦ୍ରନ (କଂଗ୍ରେସ-ୟୁଡିଏଫ୍) ଓ ସି କେ ପଦ୍ମାନାଭନ (ଭାଜପା-ଏନଡିଏ)ଙ୍କ ଭାଗ୍ୟ ପରୀକ୍ଷା ହେବ । ସେହିପରି କେରଳର ୱାୟନାଡ ସିଟରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ୁଛନ୍ତି । ଏବେ ବି ଏହି ସିଟରେ ମତଦାନ ଜାରି ରହିଛି ।