ଶୋଇବା ଘରେ ନାଗ ସାପ: କେନ୍ଦ୍ରାପଡା ମାଧୁଶାସନ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଠାବ ହେଲା ୪ଫୁଟ ଲମ୍ବର ନାଗ । ସ୍ନେକ ହେଲ୍ପଲାଇନ ସଦସ୍ୟ କଲେ ଉଦ୍ଧାର

175

କନକ ବ୍ୟୁରୋ: ଶୋଇବା ଘରେ ୪ଫୁଟର ନାଗ ସାପ । କେନ୍ଦ୍ରାପଡା ଗରଦପୁର ବ୍ଲକ ମାଧୁଶାସନ ଗାଁର ପର୍ଶୁରାମ ବେହେରାଙ୍କ ଘରୁ ୪ଫୁଟ ଲମ୍ବର ଏକ ନାଗସାପ ଉଦ୍ଧାର କରାଯାଇଛି । ଶୋଇବା ଘରେ ଖଟ ଉପରେ ସାପଟିକୁ ଦେଖି ଘରଲୋକେ ଭୟଭିତ ହୋଇଯାଇଥିଲେ । ପରେ ସାପଟିକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ସ୍ନେକ ହେଲ୍ପଲାଇନର ସ୍ଥାନୀୟ ସଦସ୍ୟ ନଳୀନିକାନ୍ତ ଦାସ ତାଙ୍କ ଘରେ ପହଂଚି ଖଟ ଉପରେ ଥିବା ନାଗ ସାପଟିକୁ ଉଦ୍ଧାର କରିଛନ୍ତି । ପରେ ସାପଟିକୁ ଗାଁଠାରୁ ଦୂର ଜଙ୍ଗଲରେ ଛାଡି ଦିଆଯାଇଛି ।