କନକ ବ୍ୟୁରୋ: ଖବର ପ୍ରସାରଣ ପରେ ପଡିଲା ପ୍ରଭାବ ଅସହାୟ ବାସନ୍ତୀଙ୍କୁ ମିଳିଲା ସହଯୋଗ । ବାଲେଶ୍ୱର ବସ୍ତା ବ୍ଲକ ପତ୍ରଝଡାର ବାସନ୍ତୀ ରାୟ । ଅସହାୟ ପରିବାର । ଓଳିଏ ଖାଇଲେ ଓଳିଏ ଉପାସ ରହୁଥିବା ବେଳେ ଦୀପାବଳିର ଆଲୋକ ଏମାନଙ୍କ ପାଇଁ ସ୍ୱପ୍ନ ପାଲଟିଥିଲା । ହେଲେ ଏହି ଅଭାବୀ ପରିବାର ଦୁଃଖ ନେଇ ଖବର ପ୍ରସାରଣ ହୋଇଥିଲା । ଆଉ ତା ପରେ ପରେ ଛୁଟିଥିଲା ସହାୟତାର ସୁଅ । କିଛି ଆର୍ଥିକ ସହାୟତା ସହ ରାସନ ସାମଗ୍ରୀ, ପଲିଥିନରୁ ନେଇ ବାସନ୍ତୀଙ୍କ ପୁଅ ପାଇଁ ମିଳିଛି ସହଯୋଗ । ଥାଲାସେମିଆରେ ପୀଡିତ ଥିବା ତାଙ୍କର ପୁଅର କିଭଳି ଚିକିତ୍ସା ହେବ ସେ ନେଇ ମିଳିଛି ସାହାଯ୍ୟ ସହଯୋଗ । ଏପରିକି ତାର ପାଠ ପଢିବା ପାଇଁ ସମସ୍ତ ସହୟତା କରାଯାଇଛି । ଯାହାକି ଦିପାବଳୀରେ ବାସନ୍ତୀଙ୍କ ପରିବାର ମୁହଁରେ ହସ ଫୁଟାଇ ପାରିଛି ।
ଦୀପାବଳିରେ ବାସନ୍ତୀଙ୍କ ମୁହଁରେ ଫୁଟିଲା ହସ। ବସ୍ତା ପତ୍ରଝଡାରୁ ଖବର ପ୍ରସାରଣ ପରେ ଛୁଟିଲା ସହାୟତାର ସୁଅ।
/kanak/media/post_attachments/wp-content/uploads/2022/10/8-16.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)