କୁମ୍ଭ ମେଳା ଉପରେ କରୋନା କଳାବାଦଲ : କମ ସଂଖ୍ୟକ ଭକ୍ତଙ୍କୁ ଅନୁମତି ଦିଆଯିବ

115

କନକ ବ୍ୟୁରୋ : କରୋନା ମହାମାରୀ ଏବେ ସାରା ବିଶ୍ୱକୁ କବଳିତ କରିସାରିଛି । ଏହା କେବଳ ମଣିଷର ସ୍ୱାସ୍ଥ୍ୟ ନୁହେଁ,ବରଂ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନକୁ ଗୁରୁତରଭାବେ ପ୍ରଭାବିତ କରିଛି । ଏହି ମହାମାରୀର କଳାବାଦଲ ଏବେ ବିଶ୍ୱର ସର୍ବ ବୃହତ ଧାର୍ମିକ ସମାବେଶ କୁମ୍ଭ ମେଳା ଉପରେ ପଡ଼ିଛି । ଆସନ୍ତା ୨୦୨୧ ଜାନୁଆରି ମାସରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ଏହା ହରିଦ୍ୱାରରେ ଅନୁଷ୍ଠିତ ହେବ । କିନ୍ତୁ କରୋନା ସମୟରେ ଏତେ ବଡ଼ ଧାର୍ମିକ ସମାବେଶକୁ  କିପରି ଅନୁମତି ଦିଆଯିବ ତାହାକୁ ନେଇ ଉତ୍ତରାଖଣ୍ଡ ସରକାରଙ୍କ ଚିନ୍ତା ବଢିଯାଇଛି ।

ଏହାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ଵତ ବରିଷ୍ଠ ଅଧିକାରୀ, ସନ୍ଥ ସମାଜ ଓ ବିଭିନ୍ନ ଆଖାଡ଼ାର ପ୍ରତିନଧିମାନଙ୍କ ସହ ଆଲୋଚନା କରିଛନ୍ତି । କୁମ୍ଭ ମେଳାକୁ ସବୁ ଲୋକଙ୍କୁ ଅନୁମତି ନଦେଇ କେବଳ ଅଳ୍ପ କିଛି ଲୋକଙ୍କୁ ନେଇ ପରମ୍ପରା ନିର୍ବାହ ପାଇଁ ସରକାର ଚିନ୍ତା କରୁଛନ୍ତି । ଯେଉଁମାନେ କୁମ୍ଭ ମେଳାସ୍ଥାନକୁ ଯିବେ ବା ସ୍ନାନ କରିବେ ସେମାନଙ୍କୁ ଆଗୁଆ ପାସ ନେବାକୁ ହେବ । ସେହିପରି ସ୍ନାନ ବେଳେ ବ୍ୟାପକ କୋଭିଡ୍‌ କଟକଣା ଲାଗୁ କରାଯିବ । ସାଧାରଣ ଭକ୍ତମାନଙ୍କୁ ସେଠାକୁ ଆସିବା ବଦଳରେ ଟିଭିରେ ସ୍ନାର ଦୃଶ୍ୟ ଦେଖିବାକୁ ଅନୁପ୍ରାଣିତ କରାଯିବ । ସରକାରଙ୍କ ଏହି ପ୍ରସ୍ତାବକୁ ସନ୍ଥ ସମାଜ ପକ୍ଷରୁ ସମର୍ଥନ କରାଯାଇଥିବା ସେ ଦାବି କରିଛନ୍ତି ।