କନକ ବ୍ୟୁରୋ: ଦିନର ସବୁଠୁ ଦୁଃଖଦାୟ ଖବର । ଟ୍ୟୁବୱେଲ ପାଇଁ ଖୋଳାଯାଇଥିବା ଗାତରେ ପଡ଼ି ଶିଶୁ କନ୍ୟାର ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାଉଁଶ ଗଢିଆ ପଂଚାୟତ ଅଧିନ ଶାଳଗଢିଆ ଗାଁର ସନିଆ ନାୟକଙ୍କ ବର୍ଷକର ଶିଶୁ କନ୍ୟା ଏକ ଟ୍ୟୁବୱେଲ ଗାତରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି । ତେବେ ପିଲାଟି ତା ମାଆ ସାଙ୍ଗେ ମାଉସୀ ଘରକୁ ଯାଇଥିଲେ । ସେଠାରେ ତାଙ୍କ ମାଉସୀ ଘରେ ଖୋଳାଯାଇଥିବା ଏକ ଟ୍ୟୁବୱେଲ୍ ଗାତରେ ପଡ଼ିଯାଇଥିଲେ, ପରିବାର ଲୋକେ ସଙ୍ଗେ ସଙ୍ଗେ ଖଇରା ଡାକ୍ତରଖାନାକୁ ନେଇଯାଇଥିଲେ କିନ୍ତୁ ଡାକ୍ତର ସେଠାରେ ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ ।
ଦିନର ସବୁଠୁ ଦୁଃଖଦାୟ ଖବର: ଟ୍ୟୁବୱେଲ ଗାତରେ ପଡ଼ି ଶିଶୁକନ୍ୟା ମୃତ, ସୋରରୁ ଆସିଲା ହୃଦୟ ବିଦାରକ ଘଟଣା ।
/kanak/media/post_attachments/wp-content/uploads/2021/02/30-9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)