କନକ ବ୍ୟୁରୋ : କୁନି ପିଲାର କମାଲ । ମାତ୍ର ୪ ବର୍ଷ ବୟସରେ କଳାର ଏଭଳି ପ୍ରଦର୍ଶନ କରୁଛନ୍ତି, ଯାହା ସମସ୍ତଙ୍କୁ ମୁଗ୍ଧ କରିଦେଉଛି । ଛୋଟ ବୟସରେ ମୃଦଙ୍ଗ ବଜାଇ ଚର୍ଚ୍ଚା କୁ ଆସିଛନ୍ତି ବଲାଙ୍ଗିର ଜିଲ୍ଲା ନାଇକେନସିରା ଗାଁର ବୀରକିଶୋର ବାରିକଙ୍କ ଛୋଟ ପୁଅ । ଏହି କୁନିପିଲାର ମୃଦଙ୍ଗ ବଜାଇବାର ଭିଡିଓ ସୋସିଆଲ ମିଡ଼ିଆକୁ ଆସିବା ପରେ ବେଶ ପ୍ରଶଂସା ସାଉଁଟୁଛି ।
ଏହି କୁନି ବୟସରେ ପିଲାମାନେ ଖେଳକୁଦରେ ମାତିଥାନ୍ତି । ପାଠ ପଢାରେ ଧ୍ୟାନ ଦେଇଥାନ୍ତି । ମାଆ ବାପାଙ୍କ ପାଖରେ ଖେଳନା ଏବଂ ନୂଆ ଡ୍ରେସ୍ ପାଇଁ ଅଳି କରିଥାନ୍ତି । କିନ୍ତୁ ବୀରକିଶୋର ବାରିକଙ୍କ ଛୋଡ ପୁଅ କାନ୍ଧରେ ମୃଦଙ୍ଗ ପକାଇ, ବାଜା ବଜାଇବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆପଣମାନେ ଦେଖିଥିବେ ଅଷ୍ଟପ୍ରହରୀ କିମ୍ବା ପାଲାରେ ପାଲା ଗାୟକ ମୃଦଙ୍ଗ ବଜାଇ ଗୀତ ଗାଇ ଲୋକଙ୍କ ମନୋରଞ୍ଜନ କରିଥାନ୍ତି, କିନ୍ତୁ ଏହି କୁନି ବାଳକର ପ୍ରତିଭା ସତରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/10-17.jpg)