ଗଛ ଗୋଟିଏ , ଫଳୁଛି ୪୦ ପ୍ରକାର ଫଳ

684

କନକ ବ୍ୟୁରୋ: ଏମିତି ଏକ ଗଛ ଯେଉଁଥିରେ ଫଳୁଛି ୪୦ ପ୍ରକାର ଫଳ । ଗୋଟିଏ ଗଛରେ ଚେରି, ପ୍ଲମ , ଆଲମଣ୍ଡ ଠାରୁ ଆରମ୍ଭ କରି ପିଜୁଳି,କଦଳି ଓ ସେଓ ପରି ୪୦ ପ୍ରକାର ଫଳ ଫଳୁଛି । ଆମେରିକାରେ ରହିଛି ଏହି ଗଛ ଯାହାକୁ ସେଠିକାର ଲୋକେ ‘ଟ୍ରି ଅଫ୍ ଫର୍ଟି ଫ୍ରୁଟ’ ଭାବେ ନାମକରଣ କରିଛନ୍ତି । ଏହାକୁ ସତ କରି ଦେଖାଇଛନ୍ତି ସେରାକ୍ୟୁସ୍ ୟୁନିଭରସିଟିର ପ୍ରଫେସର ସେମ୍ ୱନ୍ ୟେକେନ  । କୃଷି କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଣାଳୀ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି  ।

ପ୍ରଫେସର ଏନେକଙ୍କ କହିବା ମୁତାବକ, ‘ଟ୍ରି ଅଫ୍ ଫର୍ଟି’ର ପ୍ରୋଜେକ୍ଟ ୨୦୦୮ରେ ଆରମ୍ଭ କରିଥିଲେ । ଏକେନ୍ ନ୍ୟୁୟର୍କର ସେରାକ୍ୟୁଜ ୟୁନିଭର୍ସଟିର ଭିଜୁଆଲ ଆର୍ଟ ଫ୍ରପେସର ଅଛନ୍ତି । ହେଲେ ପିଲାଟି ବେଳୁ କୃଷିରେ ତାଙ୍କର ରୁଚି ଥିଲା । ଏକ ଘଟଣା କ୍ରମେ ତାଙ୍କର ଏହି ରୁଚିକୁ ସଫଳ ରୂପାୟନ କରିପାରିଛନ୍ତି ସେମ୍ ୱନ୍ ଏକେନ । ନ୍ୟୁୟର୍କର ଏକ ବଗିଚାରେ ପାଖାପାଖି ୨୦୦ପ୍ରକାର ବିରଲ ପ୍ରଜାତିର ଗଛ ଥିଲା । ହେଲେ କୌଣସି କାରଣରୁ ଏହାର ପରିଚାଳନା ନକରିବାପରି ଏହା ଦାୟିତ୍ୱରେ ଥିବା ବ୍ୟକ୍ତି ଏହାକୁ ବିକିବାକୁ ଚାହିଁଲେ । ହେଲେ ଏହାକୁ ଲିଜରେ ନେଇ ସେସବୁ ଗଛ ଉପରେ ଗ୍ରାଫି୍ଟିଙ୍ଗ ପ୍ରଣାଳୀକୁ ନେଇ ପରୀକ୍ଷଣ କରିବା ଆରମ୍ଭ କରିଥିଲେ । ଗ୍ରାଫଟିଂ ପୂର୍ବରୁ ଏହାର ଏକ ବିଦ୍ଧିବଦ୍ଧ ସ୍କେଚ୍ ପ୍ରସ୍ତୁତ କରିଥାନ୍ତି ଏମେନ୍ ।  ଦୀର୍ଘ ୮ ବର୍ଷର ପରିଶ୍ରମ ପରେ ତାଙ୍କର ସ୍ୱପ୍ନ ସାକର ରୂପ ନେଇଥିଲା  । ଏବେ ଏହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ।

ଏହି ଗଛର ଦାମ ବି କିଛି କମ୍ ନୁହେଁ  ।ଏହାର ଦାମ ରହିଛି ୧୯ ଲକ୍ଷ ଟଙ୍କା । ଏହାକୁ ଦେଖିବାକୁ ବିଭିନ୍ନ ସ୍ଥାନରୁ ଲୋକେ ଆସୁଛନ୍ତି । ବିଭିନ୍ନ ଇଲାକାରେ ଏଯାଏଁ ଏହିପରି ୧୬ଟି ଗଛ ଲଗାଇସାରିଲେଣି ଏକେନ୍ । ଆଗକୁ ମଧ୍ୟ ଏପରି ଅଧିକରୁ ଅଧିକ ବୃକ୍ଷ ଲଗାଇ ରେକର୍ଡ କରିବାକୁ ଭାବିଛନ୍ତି । ଗୋଟିଏ ମାତ୍ର ଗଛରେ ଏତେ ପ୍ରକାର ଫଳ ଲୋକଙ୍କୁ ଭେଟିଦେବାର ଲକ୍ଷ୍ୟରେ ଅଛନ୍ତି ୟେକେନ୍ । ତାଙ୍କର ଏପରି କାର୍ଯ୍ୟ ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ତାଙ୍କୁ ଅନେକ ପ୍ରଶଂସା ଓ ସମ୍ମାନ ମିଳିଛି ।