୩ଦଫା ଦାବି ନେଇ ରାଜଧାନୀରେ ଚାଲିଛି ଶିକ୍ଷକ ଆନ୍ଦୋଳନ। ଅସ୍ତରଙ୍ଗ କାଳିଆକଣରେ ୫ଟି ଶ୍ରେଣୀର ପିଲାଙ୍କୁ ପଢାଉଛନ୍ତି ଜଣେ ଶିକ୍ଷୟିତ୍ରୀ। 

୩ଦଫା ଦାବି ନେଇ ରାଜଧାନୀରେ ଚାଲିଛି ଶିକ୍ଷକ ଆନ୍ଦୋଳନ। ଅସ୍ତରଙ୍ଗ କାଳିଆକଣରେ ୫ଟି ଶ୍ରେଣୀର ପିଲାଙ୍କୁ ପଢାଉଛନ୍ତି ଜଣେ ଶିକ୍ଷୟିତ୍ରୀ। 

କନକ ବ୍ୟୁରୋ: ୩ଦଫା ଦାବି ନେଇ ରାଜଧାନୀରେ ଜାରିରହିଛି ଶିକ୍ଷକ ଆନ୍ଦୋଳନ । ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଭୁବନେଶ୍ୱରରେ ଚାଲିଥିବା ଅନ୍ଦୋଳନର ପ୍ରଭାବ ଗାଁ ଗହଳିରେ ଦେଖିବାକୁ ମିଳିଛି । ଆନ୍ଦୋଳନ ଯୋଗୁଁ ଗ୍ରାମାଞ୍ଚଳର ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ଅନ୍ୟ ସ୍ଥାନ ଭଳି ଅସ୍ତରଙ୍ଗରେ ବି ସମାନ ଅବସ୍ଥା ଦେଖବାକୁ ମିଳିଛି ।

ଜଣେ ଶିକ୍ଷକ କରୁଛନ୍ତି ଶିକ୍ଷାଦାନ । ଅସ୍ତରଙ୍ଗ କାଳିଆକଣରେ ୫ଟି ଶ୍ରେଣୀର ପିଲାଙ୍କ ପାଠ ପଢା ଠପ୍ ହୋଇଯାଇଛି । ଆନ୍ଦୋଳନରେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିବା ବେଳେ ଏଠି ପଢାଇବାକୁ କେହି ନାହିଁ । ଶେଷରେ ବିଦ୍ୟାଳୟରେ ଥିବା ଜଣେ ମାତ୍ର ଶିକ୍ଷକ କରୁଛନ୍ତି ଶିକ୍ଷାଦାନ । ଗୋଟିଏ କ୍ଲାସରେ କିଛି ସମୟ ପଢାଇବା ପରେ ଅନ୍ୟ ଶ୍ରେଣୀ ପିଲାଙ୍କୁ କିଛି ସମୟ ବାଦ୍ ଦେଇ ପଢାଯାଉଛି । ଯାହାକୁ ନେଇ ଅନେକ ସମସ୍ୟା ଉପୁଜିବା ସହ ଅସନ୍ତୋଷ ବଢିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe