କନକ ବ୍ୟୁରୋ: ୩ଦଫା ଦାବି ନେଇ ରାଜଧାନୀରେ ଜାରିରହିଛି ଶିକ୍ଷକ ଆନ୍ଦୋଳନ । ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଭୁବନେଶ୍ୱରରେ ଚାଲିଥିବା ଅନ୍ଦୋଳନର ପ୍ରଭାବ ଗାଁ ଗହଳିରେ ଦେଖିବାକୁ ମିଳିଛି । ଆନ୍ଦୋଳନ ଯୋଗୁଁ ଗ୍ରାମାଞ୍ଚଳର ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ଅନ୍ୟ ସ୍ଥାନ ଭଳି ଅସ୍ତରଙ୍ଗରେ ବି ସମାନ ଅବସ୍ଥା ଦେଖବାକୁ ମିଳିଛି ।

Advertisment

ଜଣେ ଶିକ୍ଷକ କରୁଛନ୍ତି ଶିକ୍ଷାଦାନ । ଅସ୍ତରଙ୍ଗ କାଳିଆକଣରେ ୫ଟି ଶ୍ରେଣୀର ପିଲାଙ୍କ ପାଠ ପଢା ଠପ୍ ହୋଇଯାଇଛି । ଆନ୍ଦୋଳନରେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିବା ବେଳେ ଏଠି ପଢାଇବାକୁ କେହି ନାହିଁ । ଶେଷରେ ବିଦ୍ୟାଳୟରେ ଥିବା ଜଣେ ମାତ୍ର ଶିକ୍ଷକ କରୁଛନ୍ତି ଶିକ୍ଷାଦାନ । ଗୋଟିଏ କ୍ଲାସରେ କିଛି ସମୟ ପଢାଇବା ପରେ ଅନ୍ୟ ଶ୍ରେଣୀ ପିଲାଙ୍କୁ କିଛି ସମୟ ବାଦ୍ ଦେଇ ପଢାଯାଉଛି । ଯାହାକୁ ନେଇ ଅନେକ ସମସ୍ୟା ଉପୁଜିବା ସହ ଅସନ୍ତୋଷ ବଢିବାରେ ଲାଗିଛି ।