ଭଞ୍ଜନଗର ଘୁମୁସର ବନଖଣ୍ଡରେ ବୁଲୁଛି ଅସୁସ୍ଥ ହାତୀ। ଚିକିତ୍ସା କରୁଛି ବନ ବିଭାଗ।

ଭଞ୍ଜନଗର ଘୁମୁସର ବନଖଣ୍ଡରେ ବୁଲୁଛି ଅସୁସ୍ଥ ହାତୀ। ଚିକିତ୍ସା କରୁଛି ବନ ବିଭାଗ।

କନକ ବ୍ୟୁରୋ:ଧାନ ବିଲରେ ରହିଛି ଅସୁସ୍ଥ ହାତୀ । ଦିନରେ ବି ଜଙ୍ଗଲ ଭିତରକୁ ଯାଇପାରୁନି । ଭଞ୍ଜନଗର ଉତ୍ତର ଘୁମୁସର ଲେଙ୍ଗଡା ଗାଁ ନିକଟରେ ଏହି ହାତୀଟି ଧାନ କିଆରୀରେ ପଶି ଧାନ ଖାଇବାରେ ଲାଗିଛି । ହାତୀଟି ଅସୁସ୍ଥ ଥିବାରୁ ସେ ଜାଗା ଛାଡି ଯାଇପାରୁନଥିବା ଜଣାପଡିଛି । ହାତୀଟି କନ୍ଧମାଳ ସୀମାଦେଇ ଘୁମୁସର ବନଖଣ୍ଡରେ ପ୍ରବେଶ କରିଛି । ଗାଁର ଲୋକଙ୍କ ସହ ବନବିଭାଗ ସମ୍ପୂର୍ଣ୍ଣ ଭାବେ ହାତୀ ଉପରେ ନଜର ରଖିଛନ୍ତି । ତେବେ ହାତୀର ପାଟିରୁ ଲାଳ ବାହାରୁଥିବାରୁ ସେ ଅସୁସ୍ଥ ହେଇପଡ଼ିଥିବା ଜଣାପଡିଛି । ବନବିଭାଗ ପକ୍ଷରୁ ତାର ଚିକିତ୍ସା କରାଯିବ । ତେବେ ଘଟଣାସ୍ଥଳରେ ହାତୀକୁ ଜଗିଛି ବନବିଭାଗ । ହାତୀର ଗତିବିଧି ଲକ୍ଷ୍ୟ ଉପରେ ନଜର ରଖାଯାଇଛି । ଦୁଇ ଦିନ ତଳେ ହାତୀଟି ଗାଁ ଭିତରକୁ ପଶିଆସିଥିବା ବେଳେ ଏବେ ଗାଁ ଧାନ କ୍ଷେତରେ ପଶିଥିବା ଦେଖିବାକୁ ମିଳିଛି । ହାତୀଟି ଅସୁସ୍ଥ ଥିବାରୁ କୌଣସି ମତେ ତାର ଚିକତ୍ସା କରାଯିବ ବୋଲି କହିଛି ବନବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe