କନକ ବ୍ୟୁରୋ: ଚାଷ ଉଜାଡ଼ୁଛି ବେଆଇନ ଚିଙ୍ଗୁଡ଼ି ଘେରି । କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ହାଟସାହି, ଅବଦୁଲପୁର, ନମତରା, ଚରପଡ଼ା, ସିହପଡ଼ା ଓ ଦେଉଳତରା ପଞ୍ଚାୟତରେ ଚିଙ୍ଗୁଡ଼ି ଘେରି ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହେଉଛି । ଚିଙ୍ଗୁଡ଼ି ଚାଷରୁ ବାହାରୁଥିବା ଲୁଣା ପାଣି ଓ ରସାୟନିକ ପାଣି ଯୋଗୁଁ କ୍ଷତି ହେଉଛି ଚାଷ । ବୈତରଣୀର ଶାଖା ନଦୀ ପେଟା ନଦୀରୁ କେନାଲକୁ ଆସୁଥିବା ପାଣି ଉପରେ ନିର୍ଭର କରି ଚାଷୀ ଡାଳୁଅ ଧାନ, ମୁଗ, ସୂର୍ଯ୍ୟମୁଖୀ ଫୁଲ, ଚିନାବାଦାମ ଓ ଆଳୁ ଚାଷ କରନ୍ତି । ହେଲେ ଏବେ ଚିଙ୍ଗୁଡ଼ି ଘେରି ଯୋଗୁଁ ଚାଷ ଜମିରେ ମାଡ଼ୁଛି ଲୁଣା ପାଣି ।
ନଷ୍ଟ ହେଉଛି ଏକର ଏକର ଜମିରେ ହୋଇଥିବା ଧାନ, ଆଳୁ, ବିରି, ମୁଗ ଓ ପନିପରିବା ଚାଷ । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିବା ଚାଷୀ କିଭଳି ରୁଣ ସୁଝିବ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ତେଣୁ ତୁରନ୍ତ ବେଆଇନ ଚିଙ୍ଗୁଡ଼ି ଘେରି ବନ୍ଦ କରିବାକୁ ଦାବି କରି ରାଜକନିକା ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଚାଷୀ । ନଚେତ୍ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଚେତାବନି ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/vlcsnap-2023-03-02-18h33m11s254.png)