ବଙ୍ଗଳା ନିର୍ବାଚନରେ ପ୍ରତିଶ୍ରୁତିର ଲଢେଇ : ଜାଣନ୍ତୁ ଭୋଟରଙ୍କୁ କ’ଣ ପ୍ରତିଶ୍ରୁତି ଦେଇଛନ୍ତି ଟିଏମସି ଦଳ ଓ ବିଜେପି ଦଳ

87

କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ରବିବାର ତାର ସଂକଳ୍ପ ପତ୍ର ଜାରି କରିଛି । ଅର୍ଥାତ ବିଧାନସଭା ନିର୍ବାଚନ ଜିତିଲେ ବିଜେପି ସରକାର ପଶ୍ଚିମବଙ୍ଗବାସୀଙ୍କ ପାଇଁ କଣସବୁ କରିବେ, ସେନେଇ ପ୍ରତିଶ୍ରୁତିର ପାହାଡ ଛିଡା କରିଛନ୍ତି । ଏହା ପୂର୍ବରୁ ଗତ ମାର୍ଚ୍ଚ ୧୭ ତାରିଖରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ । ୧୪୬ ପୃଷ୍ଠାର ଏହି ନିର୍ବାଚନୀ ଇସ୍ତାହାରରେ ଗତ ୧୦ ବର୍ଷ ଶାସନର ଉପଲବ୍ଧି ଗଣାଇବା ସହ, ପୁଣି କ୍ଷମତାକୁ ଆସିଲେ କ’ଣ କରିବେ ସେନେଇ ପ୍ରତିଶ୍ରୁତି ଦେଇଥିଲେ । ଜାଣନ୍ତୁ ପ୍ରମୁଖ ରାଜନୈତିକ ଦଳର ପ୍ରତିଶ୍ରୁତି ମଧ୍ୟରେ ଏକ ତୁଳନା ।

ଟିଏମସିର ପ୍ରତିଶ୍ରୁତି-

  • ପଶ୍ଚିମବଙ୍ଗରେ ମମତା ମା’ କ୍ୟାଂଟିନ ଚଳାଇଛନ୍ତି
  • ବିଧବା ମହିଳାଙ୍କୁ ୧ ହଜାର ଟଙ୍କାର ଭତ୍ତା ପ୍ରଦାନ କରିବ
  • କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଏକର ପିଛା ୧୦ ହଜାର ସହାୟତା ଦେବ
  • ଓବିସି, ଦଳିତ ଓ ଆଦିବାସୀଙ୍କୁ ବାର୍ଷିକ ୧୨ ହଜାର ଟଙ୍କା ପ୍ରଦାନ କରିବ
  • ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କୁ କ୍ରେଡିଟ୍ କାର୍ଡ ଦିଆଯିବ
  • ୫ ବର୍ଷରେ ୨୫ ଲକ୍ଷ ଘର ଓ ପ୍ରତି ଘରକୁ ସ୍ୱଚ୍ଛ ପିଇବା ପାଣି

ବିଜେପିର ପ୍ରତିଶ୍ରୁତି-

  • ବିଜେପି ଜିତିଲେ ଅନ୍ନପୂର୍ଣ୍ଣା କ୍ୟାଂଟିନ ଚଳାଇବ
  • ବିଜେପି କ୍ଷମତାକୁ ଆସିଲେ ଭତ୍ତା ୩ ହଜାର ଟଙ୍କା କରିଦେବ
  • ବିଜେପି ମଧ୍ୟ ଛୋଟ ଚାଷୀଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବ
  • ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ୩ରୁ ୫ ହଜାର ଟଙ୍କା ଦେବ
  • କେଜିରୁ ପିଜିି ଯାଏଁ ଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ
  • ୧୧ ହଜାର କୋଟି ଟଙ୍କାର ‘ସୋନାର ବାଂଲା’ ପାଣ୍ଠି ଗଠନ କରିବ