ରାଜଧାନୀରେ ମସାଜ ନାଁରେ ଚାଲିଥିଲା ସେକ୍ସ ରାକେଟ । ସାଧା ପୋଷାକରେ ଚଢ଼ାଉ କରି ପର୍ଦ୍ଦାଫାସ କଲା ପୋଲିସ

723

କନକ ବ୍ୟୁରୋ : ସ୍ପା ନାଁରେ ଚାଲିଥିଲା ସେକ୍ସ ରାକେଟ୍ । ପ୍ରସ୍ତୁତ ହୋଇଥିଲା ବ୍ୟୁଟି ସ୍ପାର ମେନ୍ୟୁ । ହଜାରେ ଟଙ୍କାରୁ ଆରମ୍ଭ ୧୨ ହଜାର ୫ଶହରୁ ଶେଷ । ସାଧାରଣ ବଡି ମସାଜଠୁ ଆରମ୍ଭ କରି ହ୍ୟାପି ଏଣ୍ଡିଂ । ସବୁ ସୁବିଧା ମିଳୁଥିଲା ଏହି ଶିବାନୀ ୱେଲନେସ ବ୍ୟିୁଟି ସ୍ପାରେ । ମେନ୍ୟୁ କାର୍ଡରେ ଅଛି ମସାଜର ଦାମ କେତେ ଟଙ୍କା । ଗ୍ରାହକ ଯାହା ଚାହିଁବେ ତାହା ମିଳିବ । ଅର୍ଥାତ ସ୍ପା ନାଁରେ ଏଠାରେ ଏକ ପ୍ରକାର ଦେହ ବ୍ୟବସାୟ ଚାଲିଥିଲା ବୋଲି ପୁଲିସ କହିଛି । ଏଥିପାଇଁ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରୁ ବି ଦେହଜୀବୀ ଆସିଥିଲେ । ଫିଜିଓଥେରାପି ଓ ଆୟୁର୍ବେଦିକ ମେଡିସିନ ବିକିବା ନାଁରେ ଚାଲିଥିଲା ଖୁଲମଖୁଲ୍ଲା ଦେହ ବେପାର ।

ରାଜଧାନୀର ଛାତି ଉପରେ ଚାଲିଥିଲା ର୍ୟାକେଟ । ଅନଲାଇନ ବିଜ୍ଞାପନ ଦେଖି ଆସୁଥିଲେ ଗ୍ରାହକ । ସବୁଠାରୁ ବଡକଥା ହେଲା, ରାଜଧାନୀର ଛାତି ଉପରେ ଦୀର୍ଘଦିନ ଧରି ସତ୍ୟନଗର ଅଞ୍ଚଳରେ ଏହି ସେକ୍ସ କାରବାର ଚାଲୁଥିଲା । ଲୋକେ ଔଷଧ ଓ ଫିଜିଓଥେରାପି ନେବା ବାହାନାରେ ଆସି ଟଙ୍କ ଉଡାଇ ଖୁବ୍ ଅଏସ କରୁଥିଲେ । ଦୀର୍ଘ ବର୍ଷ ଧରି ସତ୍ୟନଗରରେ ଏହି କାରବାର ଚାଲଥିଲା । ଶୁକ୍ରବାର ରାତିରେ ପୁଲିସ ଗ୍ରାହକ ବେଶରେ ଯାଇ ଏଭଳି ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି । ଦୁଇଜଣ ଦଲାଲଙ୍କୁ ଗିରଫ କରିଛି ପୁଲିସ । ଆପତ୍ତିଜନକ ସାମଗ୍ରୀ ବି ଜବତ ହୋଇଛି । ଅନଲାଇନରେ ବିଜ୍ଞାପନ ଦେଇ ଗ୍ରାହକଙ୍କୁ ଆକୃଷ୍ଟ କରାଯାଉଥିଲା । ଆଉ ଏତେ ସବୁ ଚାଲିଥିଲେ ବି ଘର ମାଲିକ କିଛି ଜାଣିନଥିବା କହିଛନ୍ତି ।

ସ୍ପାକୁ ଗରାଖ ଆସୁଥିଲେ । ଆଉ ସ୍ପା ମାଲିକ ମାଲାମାଲ ହେଉଥିଲେ । କିନ୍ତୁ ଘରମାଲିକ ୪ ମାସ ହେଲା ଭଡା ପାଇନଥିଲେ । ପ୍ରଶ୍ନ ଉଠୁଛି, କାହା ଛତ୍ରଛାୟା ତଳେ ଚାଲିଥିଲା ର୍ୟାକେଟ? ଏତେ ଦିନ ହେଲା ସେକ୍ସ ର୍ୟାକେଟ ଚାଲିଥିଲେ ବି କେମିତି ଜାଣପାରିନଥିଲା ପୁଲିସ? ଥାନାରୁ ମାତ୍ର ଅଳ୍ପଦୂରରେ କିଭଳି ଏହି କାରବାର ଚାଲିଥିଲା? କେବଳ ୨ ଜଣ ନା ଅନ୍ୟମାନେ ବି ଏହି ସେକ୍ସ ର୍ୟାକେଟରେ ସଂଶ୍ଲିଷ୍ଟ ଅଛନ୍ତି ?