ବଙ୍ଗୋପସାଗରକୁ ଆସୁଛି ସିରିଜ୍ ଘୂର୍ଣ୍ଣିବଳୟ: ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

429

କନକ ବ୍ୟୁରୋ: ବଙ୍ଗୋପସାଗରକୁ ଆସୁଛି ସିରିଜ୍ ଘୂର୍ଣ୍ଣବଳୟ । ଯାହା ଫଳରେ ଆସନ୍ତା ୧୦ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି । ‘ସେଂଟର ଫର୍ ଇନଭେରମେଂଟ ଆଣ୍ଡ କ୍ଲାଇମେଂଟ’ ପକ୍ଷରୁ ଏହି ଆକଳନ କରାଯାଇଛି । ଦକ୍ଷିଣ ଚୀନ ସାଗରରୁ ଏହି ଘୂର୍ଣ୍ଣୁି ବଳୟ ଆସୁଛି । ଯାହାର ପ୍ରଭାବରେ ଆସନ୍ତା ୨୫ ଏବଂ ୨୮ ତାରିଖରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କ ରହିଛି ।

ଏହାର ପ୍ରଭାବରେ ଊପକୂଳବର୍ତି ଓଡ଼ିଶାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦଷିଣ ଚୀନ ସାଗରରୁ ସୃଷ୍ଟ ଘୂର୍ଣ୍ଣିବଳୟ ପଶ୍ଚିମାଚଂଳ ମିଆମାର ଏବଂ ଥାଇଲାଣ୍ଡ ଦେଇ ବଙ୍ଗୋପସାଗରେ ପହଂଚିବ । ଏହି ଘୂର୍ଣ୍ଣିବଳୟ ମଧ୍ୟରୁ ଗୋଟିଏ ଉତର-ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଭଦ୍ରକ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେଉଁଝର, ମୟୁରଭଞ୍ଜ, ଯାଜପୁର, ସୁନ୍ଦରଗଡ଼, ସୋନପୁର. ବୌଦ୍ଧ, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

୨୪ ତାରିଖରେ ଆସୁଥିବା ଘୂର୍ଣ୍ଣବଳୟ ପ୍ରଭାବରେ ବଙ୍ଗୋପସାଗରରେ ୨୫ ତାରିଖରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳବର୍ତି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ୨୬ ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୮ ତାରିଖରେ ଉତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବନ୍ୟା ହେବାର ଆଶଙ୍କା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।