ପୁରୀ ବଡ଼ଦାଣ୍ଡରେ ସିରିଜ୍ ଦୁର୍ଘଟଣା । ୩ ସଫେଇ କର୍ମଚାରୀଙ୍କ ଅବସ୍ଥା ଗୁରୁତର ।

Advertisment
ପୁରୀ ବଡ଼ଦାଣ୍ଡରେ ସିରିଜ୍ ଦୁର୍ଘଟଣା । ୩ ସଫେଇ କର୍ମଚାରୀଙ୍କ ଅବସ୍ଥା ଗୁରୁତର ।

କନକ ବ୍ୟୁରୋ: ପୁରୀ ବଡଦାଣ୍ଡରେ ଦୁର୍ଘଟଣା । ଏକ କଳା ରଙ୍ଗର କାର ଦ୍ରୁତ ବେଗରେ ଆସି ଦୁର୍ଘଟଣା ଘଟାଇଛି । ଏଥିରେ ସଫେଇ କର୍ମଚାରୀ ଆହତ ହୋଇଛନ୍ତି । ସାବଧାନତା ପାଇଁ ଅନେକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଏମାନେ। କାରଟି ଅତ୍ୟନ୍ତ ଦ୍ରୁତ ବେଗରେ ଆସିଥିବାର ଅଭିଯୋଗ ରହିଛି। ସ୍ଥିତି ଏପରି ଥିଲା ଯେ ସଫେଇ କର୍ମଚାରୀଙ୍କ ଉପରେ ମାଡି ଯିବ ବୋଲି ଅନୁମାନ କରାଯାଉଥିଲା। ତେବେ ଦୁର୍ଘଟଣାରେ ୩ ଜଣ ସଫେଇ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବାରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଦୁଇ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପୁରୁଷ ଜଣଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଦୁଇଜଣଙ୍କ ଅବସ୍ଥା ବି ଭଲ ନାହିଁ। ତିନି ସଫେଇ କର୍ମଚାରୀ ହେଲେ କଟକ ପଶାଣିଆର ଗୌରୀ ଦେହୁରି, ବାଙ୍କିର ଦେବଯାନୀ ନାୟକ ଓ କନ୍ଧମାଳ ରୁତୁଙ୍ଗିଆର ସୁଦାମ ବେହେରା। ତେବେ ବିଳମ୍ବିତ ରାତିରେ କାର୍‌ ଚାଳକ କଟକ ଶିଖରପୁର ଅଞ୍ଚଳର ଉମେଶ ଭଟ୍ଟାଚାର୍ୟ୍ୟକୁ ସାକ୍ଷୀଗୋପାଳ ନିକଟ ବୀରପ୍ରତାପପୁରଠାରେ ହାଇୱେ ପାଟ୍ରୋଲିଂ ପୁଲିସ କାବୁ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe