କନକ ବ୍ୟୁରୋ : ଏକାମ୍ର ହାଟ ସମ୍ମୁଖରେ ସିରିଜ ଦୁର୍ଘଟଣା । କାରକୁ ପଛରକୁ ପିଟିଲା କାର । ତିନୋଟି କାର ଭାଙ୍ଗି ଚୁରମାର ହୋଇଯାଇଛି । ସୂଚନା ଅନୁସାରେ ଏକ ହୁଣ୍ଡାଇ କ୍ରେଟା କାର ଦୁଇଟି କିଆ କାରକୁ ଧକ୍କା ଦେଇଛି । କ୍ରେଟା କାରର ଚାଳକ ନିଶାସକ୍ତ ଅବସ୍ଥାରେ ଚଳାଉଥିବାରୁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଏବଂ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

Advertisment

ଖବର ଅନୁଯାୟୀ, ଗତକାଲି ରାତିରେ ଏକ ନାଲି ରଙ୍ଗର କ୍ରେଟା କାର୍ ରାମ ମନ୍ଦିର ଆଡ଼କୁ ଯାଉଥିଲା । ଏହି ସମୟରେ ହଠାତ୍ ଦ୍ରୁତ ଗତିରେ କାର୍‌ଟି ସାମ୍ନା ପଟରୁ ଆସୁଥିବା ୨ଟି କାର୍‌କୁ ଧକ୍କା ଦେଇଥିଲା । ଫଳରେ ୩ଟି ଯାକ କାର୍‌ର ଆଗ ପାର୍ଶ୍ବ ଭାଙ୍ଗିବା ସହିତ କିଆ ସେଲଟସ୍ ଗାଡ଼ି ଚଳାଉଥିବା ଯୁବକଙ୍କ ଗୋଡ଼ ଓ ଛାତିରେ ଆଘାତ ଲାଗିଥିବା ଜଣାପଡ଼ିଛି । ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ଶ୍ରଦ୍ଧାନିଧି ମହାନ୍ତିଙ୍କୁ ଖାରବେଳନଗର ଥାନା ପୁଲିସ ଅଟକ ରଖି ପଚରାଉଚରା କରୁଛି ।