କନକ ବ୍ୟୁରୋ: ଭୁବନେଶ୍ୱର ସତସଙ୍ଗବିହାର ନିକଟରେ ସିରିଜ ଦୁର୍ଘଟଣା । ଫଳରେ ୩ଟି କାର୍ ଭାଙ୍ଗି ଚୁରମାର ହୋଇଯାଇଥିବାବେଳେ , ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରର ଚାଳକ ଗୁରୁତର ହୋଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
ସୂଚନା ମୁତାବକ, ସତସଙ୍ଗବିହାର ନିକଟ ରାସ୍ତାରେ ଜଣେ ବୋଲେରୋ ଚାଳକ ଓ ଜଣେ ବାଇକ୍ ଚାଳକ କଥାବାର୍ତ୍ତା ହେଉଥିଲେ, ଯାହା ଫଳରେ ଦ୍ରୁତ ଗତିରେ ଆସୁଥିବା ଏକ ବସ୍ ହଠାତ୍ ବ୍ରେକ ମାରିବାରୁ ସେହି ଦିଗରେ ଆସୁଥିବା ଏକ କାର ସହ ଯାଇ ଧକ୍କା ହୋଇଥିଲା ଏବଂ ଉକ୍ତ କାର ଯାଇ ଅନ୍ୟ କାର ଗୁଡିକ ସହ ଶକ୍ତ ଭାବରେ ଧକ୍କା ହୋଇଥିଲା । ଦୁର୍ଘଟଣା କେତେ ଗୁରୁତର ତାହା ଭିଜୁଆଲରୁ ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଏହି ଦୁର୍ଘଟଣା ଯୋଗୁଁ ରସୁଲଗଡଠାରୁ ପଳାଶୁଣି ଯାଏଁ ଟ୍ରାଫିକ୍ ଜାମ୍ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/25.jpg)