ଇଏ ସେହି ଗୁପ୍ତ କୋଠରୀ ! ସାଧାରଣ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ବନ୍ଦ ଥିଲା ପ୍ରବେଶ, କେବଳ ଗୋବିନ୍ଦଙ୍କ ଅନୁମତିରେ ଯିବା ପାଇଁ ମିଳୁଥିଲା ଅନୁମତି

 କେବଳ ଗୋବିନ୍ଦ ସାହୁଙ୍କ ଇସାରାରେ ଗୁପ୍ତ କୋଠରୀକୁ ଯିବା ପାଇଁ ମିଳୁଥିଲା ଅନୁମତି

550

କନକ ବ୍ୟୁରୋ : କୁହାଯାଉଛି ସନସାଇନ ସ୍କୁଲରେ ରହିଥିଲା ଏକ ଗୁପ୍ତ କୋଠରୀ । ଏହି କୋଠରୀକୁ ସାଧାରଣ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପ୍ରବେଶ ନିଷେଧ ଥିଲା । କେବଳ ଗୋବିନ୍ଦ ସାହୁ ଚାହିଁଲେ ଏହି କୋଠରୀରେ କେହି ପ୍ରବେଶ କରିପାରିବେ । ଗୋବିନ୍ଦ ସାହୁଙ୍କ ଅନୁମତି ମିଳିଲା ପରେ ହିଁ ଜଣେ ଏହି କୋଠରୀରୁ ପ୍ରବେଶ କରିପାରୁଥିଲା । ସ୍କୁଲର ଏକ କୋଣରେ ରହିଥିଲା ଏହି ଗୁପ୍ତ କୋଠରୀ । କୁହାଯାଉଛି ଏହି ଗୁପ୍ତ କୋଠରୀରେ ସବୁ ଅନୈତିକ କାମ କରାଯାଏ ।

ସ୍କୁଲରେ ଏହି ଅଣ୍ଡରଗ୍ରାଉଣ୍ଡ କୋଠରୀ ରହିଥିଲା । ଏପରିକି ହୋଷ୍ଟେଲରେ ମଧ୍ୟ ଗୁପ୍ତ କୋଠରୀ ଥିବା ନେଇ କୁହାଯାଉଛି । ଏହି ଗୁପ୍ତ କୋଠରୀକୁ କେବଳ ଗୋବିନ୍ଦ ସାହୁଙ୍କ ଅନୁମତିରେ ପ୍ରବେଶ କରିବାକୁ ଦିଆଯାଉଥିଲା । ଏହି ଗୁପ୍ତ କୋଠରୀ ଅନେକ ଦିନରୁ ଥିବା ନେଇ ଚର୍ଚ୍ଚା ହେଉଛି । ସ୍କୁଲର ଗୋଟିଏ କୋଣରେ ରହିଥିଲା ଏହି ଗୁପ୍ତ କୋଠରୀ ।  ଏପରିକି ସ୍କୁଲରେ ଗୋଟିଏ ନୁହେଁ ଦୁଇଟି ଗୁପ୍ତ କୋଠରୀ ରହିଥିବା କୁହାଯାଉଛି । ଯେଉଁଠାରେ ସବୁ ଅନୈତିକ କାର୍ଯ୍ୟ କରାଯାଉଥିବା କୁହାଯାଉଛି ।

ଅନ୍ୟପକ୍ଷରେ ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଭିତରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ। ହସ୍ତଗତ ହୋଇଥିବା ଅଡିଓ ଏବଂ ବିରୋଧୀ କଂଗ୍ରେସ ନେତାଙ୍କ ଅଭିଯୋଗରୁ ଜଣାଯାଏ ଯେ ସ୍କୁଲର ମାଲିକ ଗୋବିନ୍ଦ ହିଁ ସବୁର ମାଷ୍ଟରମାଇଣ୍ଡ । ସ୍କୁଲରେ ଛାତ୍ରୀଙ୍କୁ ଫୁସୁଲାଇ ଯୌନ ଶୋଷଣ କରୁଥିଲେ। କାହାକୁ ମାର୍କ ବଢ଼ାଇଦେବାର ପ୍ରତିଶ୍ରୁତି ତ ଆଉ କାହାକୁ ଆଉ କିଛି ପ୍ରତିଶ୍ରୁତି । ଏମିତି କାରନାମା ପୂର୍ବରୁ ବି ସ୍କୁଲରେ ହେଉଥିବା କିଛି କିଛି ସାମ୍ନାକୁ ଆସିଥିଲା । ଯାହାକି ପୂର୍ବରୁ ଚପାଇବାରେ ସଫଳ ହୋଇଥିଲେ ସ୍କୁଲ ମାଲିକ ।

ସ୍କୁଲ ମାଲିକ ଚଳାଇଥିବା କାରନାମା ସଂପର୍କରେ ମମିତାଙ୍କ ପାଖରେ ପ୍ରମାଣ ଥିଲା। ମମିତା ନିଜ ସ୍କୁଲର ମାଲିକ ତଥା ସଭାପତିଙ୍କୁ ବରବାଦ କରିଦେବାର ଧମକ ବି ଦେଇଥିଲେ । ଖରାପ କାମର ପର୍ଦ୍ଦାଫାସ କରିବାକୁ ଫେକ୍‌ ଆଇଡି କରି ସଦସ୍ୟ ସଂଗ୍ରହ ଚାଲିଥିଲା । କିନ୍ତୁ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ମମିତା ନିଖୋଜ ହୋଇଯାଇଥିଲେ । ପୂରା ଘଟଣାର ଟିକିନିଖି ତଦନ୍ତ କରାଗଲେ ସ୍କୁଲରେ ଚାଲିଥିବା ସେକ୍ସ ସ୍କାଣ୍ଡାଲର ପର୍ଦ୍ଦାଫାସ ହୋଇପାରିବ ।

ତେବେ ମମିତା ମେହେର ମିଷ୍ଟ୍ରି ଦିନକୁ ଦିନ ନୂଆ ମୋଡ ନେଉଛି । ୧୦ଟି ପ୍ରଶ୍ନ ସାମ୍ନାକୁ ଆସିଛି …

– ଗଳିତ ମୃତଦେହ ମିଳିବା ସ୍ଥାନକୁ କେମିତି ପାଇଲା ପୋଲିସ ?
– ମୃତଦେହ ମମିତା ମେହେରଙ୍କ କି ?
– ସୁନା ଚେନ୍ ଓ ପାଉଁଜି ମମିତାଙ୍କର କି ?
– ମମିତାଙ୍କ ମୃତଦେହକୁ ପୋଡାଯାଇ ପୋତାଯାଇଥିଲା କି ?
– ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କୋର୍ଟ ଚାଲାଣ ନ କରି କାହିଁକି ୪ ଦିନ ରଖିଥିଲା ପୋଲିସ ? 
– ଫେରାର ଓ ପାୱରକଟ୍ ଭିତରେ କୌଣସି ସମ୍ପର୍କ ଥିଲା କି ?
– ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାରମ୍ବାର କାହିଁକି ଗୋବିନ୍ଦ ସାହୁଙ୍କ ସ୍କୁଲକୁ ଯାଉଥିଲେ ?
– ସ୍କୁଲରେ ଚାଲିଥିବା ଅନୈତିକ କାର୍ଯ୍ୟକଳାପ ନେଇ କ’ଣ ଜାଣିଥିଲେ ମମିତା ମେହେର ?
– ୮ ତାରିଖରେ ଅପହରଣ ପରେ ମମିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା କି ?
– ଗୋବିନ୍ଦଙ୍କ କଳାକାରନାମା ଜାଣିବା ପରେ ମମିତାଙ୍କୁ ହତ୍ୟା କରାଯାଇଥିଲା କି ?