କନକ ବ୍ୟୁରୋ: ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ବନକର୍ମଚାରୀଙ୍କ ମୃତ୍ୟୁ ପରେ ବନ ବିଭାଗର ଧରପଗଡ । ଘଂଚ ଜଙ୍ଗଲ ବାରମ୍ବାର ଚଢାଉ । ଶିକାରିଙ୍କୁ ସାବାଡ କରିବା ପାଇଁ କଳାହାଣ୍ଡି ଜିଲ୍ଲାରେ ପ୍ରସ୍ତୁତି କରୁଛି ବନ ବିଭାଗ । ପୂର୍ବରୁ ଜୟପାଟଣାରେ ଚଢାଉ କରଥିବା ବନ ବିଭାଗ ଏଥର କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ନିକଟରେ ଚଢାଉ କରିଛି । ଛତିଶଗଡ ଏସଟିଏଫ ଟିମ୍ ଓ କଳାହାଣ୍ଡି ବନବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଛି । ବେଆଇନ୍ ଭାବେ ଦେଶୀ ବନ୍ଧୁକ ରଖି ବନ୍ୟ ଜନ୍ତୁ ଶିକାର କରୁଥିବା ଅଭିଯୋଗ ପରେ ଏହି ଚଢାଉ କରାଯାଇଛି । ଚଢାଉ ସମୟରେ ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଓ ଜନ୍ତୁ ଶିକାରରେ ବ୍ୟବହାର ହେଉଥିବା ତାର ଓ ଦଉଡି ଜବତ ହୋଇଛି । ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ଅଭିଯୁକ୍ତ ଗିରଫ ବେଳେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖିବାକୁ ମିଳିଛି । ଗ୍ରାମବାସୀମାନେ ଗିରଫକୁ ବିରୋଧ କରିଛନ୍ତି । ତେବେ କିଛି ଦିନ ତଳେ ମଙ୍ଗଳପୁର ଗାଁରେ ବେଆଇନ୍ ବନ୍ଧୁକ ତିଆରି କରାଯାଇ ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା । ପ୍ରଥମ ଦିନରେ ୨୫ ଜଣଙ୍କ ଘରେ ଚଢାଉ ହୋଇଥିଲା । ଆଜି ଡଗ ସ୍କାର୍ଡ ଗାଁରେ ପଇଁତରା ମାରୁଛି । ଘରକୁ ଘର ଯାଏଁ ଛାନଭିନ୍ କରୁଛି ବନ ବିଭାଗର ଡଗ ସ୍କାଡ୍ । କାରଣ ଅଭିଯୋଗ ରହିଛି ଏହି ଅଂଚଳରେ ଘରେ ଘରେ ଦେଶୀ ବନ୍ଧୁକ ତିଆରି ହେଉଛି । ସେହି ଦେଶୀ ବନ୍ଧୁକରେ ଶିକାରୀମାନେ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର କରିବା ସହ ପଡୋଶୀ ରାଜ୍ୟ ଛତିଶଗଡକୁ ଚାଲାଣ କରାଯାଉଛି ।