କନକ ବ୍ୟୁରୋ : ସ୍କୁଲ ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିବା ଘଟଣା । ଖାଦ୍ୟ ନିରାପତା ବିଭାଗର ଅଧିକାରି ଅନୁଶ୍ରୀ ଖଟୁଆ ତାଙ୍କ ଟିମ୍ ସହିତ ପହଂଚି ସମସ୍ତ ଖାଦ୍ୟ ସାମଗ୍ରୀ ଯାଂଚ କରିଛନ୍ତି । ଡାଲି, ଚାଉଳ, ପାଣି ସହିତ ସମସ୍ତ ମସଲାର ନମୁନା ନେଇ ଟେଷ୍ଟ ପାଇଁ ପଠାଇଛନ୍ତି । ସମସ୍ତ ସାମଗ୍ରୀ ନିମ୍ନ ମାନର ହେବା ସହିତ ରୋଷେଇ ଅସ୍ୱାସ୍ଥ୍ୟକର ପରିବେଶରେ ହେଉଥିବା ସେ କହିଛନ୍ତି । ବସ୍ତା ବ୍ଲକ ସିଂଲା ପଂଚାୟତ ପଥଦୁର୍ଗା ପ୍ରାର୍ଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡି ଖାଦ୍ୟ ବିଶାକ୍ତ ହୋଇ ଯାଇଥିଲା । ସେହି ବିଷାକ୍ତ ଖାଦ୍ୟ ଖାଇ ୨୦ ଜଣ ପିଲା ଅସୁସ୍ଥ ହୋଇ ପଡିଥିଲେ । ସମସ୍ତ ପିଲାଙ୍କୁ ଚିକିତ୍ସା ପାଇଁ ବସ୍ତା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଯାହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖା ଦେଇଛି ।

Advertisment