ସାମ୍ନାକୁ ଆସିଲା ରାଜଧାନୀରେ ରାତିର ଆତଙ୍କର ଦୃଶ୍ୟ। ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ଆକ୍ରମଣ କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ

Advertisment
ସାମ୍ନାକୁ ଆସିଲା ରାଜଧାନୀରେ ରାତିର ଆତଙ୍କର ଦୃଶ୍ୟ। ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ଆକ୍ରମଣ କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ

କନକ ବ୍ୟୁରୋ: ଭୁବନେଶ୍ୱର ଶିଶୁପାଳ ଗଡ଼ରେ ନିଶାଡିଙ୍କ ଉନ୍ମତକାଣ୍ଡ । ହାତରେ ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ହାଣିଲେ । ଘଟଣାରେ ୭ଜଣ ଆହତ ହୋଇଥିବା ବେଳେ ୧୨ଟି ବାଇକ୍ ଭାଙ୍ଗିଛନ୍ତି । ଶିଶୁପାଳଗଡ଼ ଅଂଚଳର ଏକ ନିଛାଟିଆ ସ୍ଥାନରେ ବସି ୮ ଜଣ ମଦ ପିଉଥିଲେ । ଏହା ପରେ ନିଶାଶକ୍ତ ଅବସ୍ଥାରେ ଗାଁ ଭିତରେ ପଶିଥିଲେ । ଗାଡି ସାଇଡ୍ ମାରିବା ବାହାନାରେ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ । ଏହା ପରେ ଖଣ୍ଡା, ଭୁଜାଲି ଧରି ଯାହାକୁ ପାଇଲେ ଗୋଡାଇ ଗୋଡାଇ ହାଣିଲେ । ପ୍ରତିବାଦ କରିବାରୁ ୭ ଜଣ ଯୁବକଙ୍କୁ ଆକ୍ରମଣ କରିଥିଲେ ।

ଯୁବକଙ୍କ ଉତ୍ପାତ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ଆକ୍ରମଣକାରୀ ଯୁବକଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଶିଶୁପାଳଗଡ଼ ଅଂଚଳର । ସେ ତାର ସହଯୋଗୀ ଯୁବକଙ୍କୁ ଡକାଇ ଆତଙ୍କ ଖେଳାଇଥିବା କୁହାଯାଉଛି । ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ସ୍ଥାନୀୟ ଅଂଚଳର ଯୁବକ ଶିଶୁପାଳଗଡ଼ ଛକ ନିକଟରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା । ଧଉଳି ଥାନା ଅଧିକାରୀ ଚିତରଞ୍ଜନ ରାଉତ, ଜୋନ୍-୨ ଏସିପି ଗିରିଜା ଶଙ୍କର ଚକ୍ରବର୍ତୀ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe