ଯୁବବର୍ଗଙ୍କ ମନରେ ସେଲଫିର ଲାଗିଛି ନିଶା ! ରେକର୍ଡ ପାଇଁ ଏଭଳି ବିପଦଜନକ କାମ କଲେ ଯୁବକ, ଭାଇରାଲ ହେବାରେ ଲାଗିଛି ଫଟୋ

33

କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ଯୁବବର୍ଗଙ୍କ ଭିତରେ ସେଲଫି ନେବାର ଇଚ୍ଛା ରହିଛି । ଏପରିକି ଅନେକ ସମୟରେ ସେଲଫି ନେବା ବେଳେ ଅନେକଙ୍କ ପ୍ରାଣ ଯାଇଥିବା ନଜର ମଧ୍ୟ ରହିଛି । ହେଲେ ଯେତେ ସାବଧାନ ଓ ସଚେତନତା କରାଇଲେ ମଧ୍ୟ ସୁଧୁରିବାରେ ନା ନେଉ ନାହାନ୍ତି ଯୁବବର୍ଗ । ତେବେ ମିଳିଥିବା ସୂଚନା ଅନୁସାରେ ସାଉଦି ଆରବରେ ଜଣେ ବ୍ୟକ୍ତି କରିଥିବା କାମକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ସବୁଠାରୁ ଭିନ୍ନ ଫଟୋ ଉଠାଇବା ପାଇଁ ଯୁବକ ଜଣଙ୍କ ନିଜ ଶରୀରରେ ଲକ୍ଷେ ମହୁମାଛିକୁ ବସାଇବା ପାଇଁ ଭାବିବା ସହ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିବା ଦେଖା ଯାଇଛି । ଲକ୍ଷେ ମହୁମାଛି ସହ ସେ ଉଠାଇଥିବା ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଏଭଳି କାମ କରଥିବା ଯୁବକଙ୍କ ନାଁ ଜାହିର ଫନି ବୋଲି ଜଣା ପଡ଼ିଛି । ଏଭଳି ଅଜବ ଫଟୋସୁଟ୍ କରାଯାଇଛି ସାଉଦି ଆରବରେ ତାବୁକ ସହରରେ । ମହୁମାଛି ଠାରୁ ବଞ୍ଚିବା ପାଇଁ ସେ ଏକ ପ୍ରକାରର ପୋଷାକ ପିନ୍ଧିଥିଲେ । ଯାହାଦ୍ୱାରା ମହୁମାଛି ଜାହିର୍ଙ୍କର କୌଣସି ପ୍ରକାରର କ୍ଷତି କରି ପାରି ନଥିଲେ । ଏକ ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ମହୁମାଛି ଜାହିର୍ଙ୍କୁ ଘେରିଯିବା ପରେ ତାଙ୍କର ଫଟୋସୁଟ୍ କରାଯାଇଥିଲା ।