ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ପିଲାଙ୍କୁ ଯୋଗାଇ ଦିଆଯିବ ପରୀକ୍ଷା ଢାଞ୍ଚା ସହ ସମାନ ଥିବା ନମୁନା ପ୍ରଶ୍ନପତ୍ର ।

383

କନକ ବ୍ୟୁରୋ: ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଢାଞ୍ଚା ସହ ସମାନ ଥିବା ନମୁନା ପ୍ରଶ୍ନପତ୍ର ଯୋଗାଇ ଦିଆଯିବ । ଫଳରେ ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରଶ୍ନପତ୍ରର ଫର୍ମାଟ ସମ୍ପର୍କରେ ଅଭ୍ୟସ୍ତ ହୋଇପାରିବେ । ଯାହାଦ୍ୱାରା ପରୀକ୍ଷା ସମୟରେ ପ୍ରଶ୍ନପତ୍ରକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ । ମାଟ୍ରିକ୍ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ଏପରି ଏକ ଅଭିନବ ବ୍ୟବସ୍ଥା ହାତକୁ ନେଇଛନ୍ତି । ଏହି ନମୁନା ପ୍ରଶ୍ନପତ୍ର ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଠାଇ ଦିଆଯାଇଛି । ଏହା ଯେମିତି ସବୁ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ପଦକ୍ଷେପ ନେବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସବୁ ଡିଇଓଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଆ, ଇଂରାଜୀ, ହିନ୍ଦି, ସଂସ୍କୃତ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟରେ ଗୋଟିଏ ସେଟ୍ ଲେଖାଏଁ ନମୁନା ପ୍ରଶ୍ନପତ୍ର ପଠାଯାଇଛି ।