ହୀରାଖଣ୍ଡର କଳା ଗହମ । ସମ୍ବଲପୁରରେ ପରୀକ୍ଷାମୂଳକ ଚାଷ କରୁଛନ୍ତି ଉଚ୍ଚ ଶିକ୍ଷିତ ଯୁବକ ଦିବ୍ୟଜିତ୍ । କର୍କଟ, ମେଦବହୁଳତା ପରି ରୋଗ ପାଇଁ କରାଯାଏ ବ୍ୟବହାର ।

164

କନକ ବ୍ୟୁରୋ: ସମ୍ବଲପୁରରେ ଆରମ୍ଭ ହେଲା ବିରଳ କଳା ଗହମ ଚାଷ । ସହରର ଜଣେ ଉଚ୍ଚ ଶିକ୍ଷିତ ଯୁବକ ଏଭଳି ପ୍ରୟାସ କରି କମାଲ ଦେଖାଇଛନ୍ତି । ଓଡିଶା ମାଟିରେ ଏହା ସମ୍ଭବ ହୋଇନଥିଲେ ମଧ୍ୟ ରାଜ୍ୟର ପ୍ରଥମ ଥର ପାଁଇ ୪ଟି ସ୍ଥାନରେ ପରୀକ୍ଷାମୂଳକଭାବେ ଚାଷ କରାଯାଇଛି । ଯାହା କର୍କଟ ଭଳି ମାରାତ୍ମକ ରୋଗକୁ ନାଶ କରିବା କ୍ଷମତା ରଖୁଛି । ଏହି କଳା ଗହମର ବଜାରରେ ଚାହିଦା ଓ ମୂଲ୍ୟ ଅଧିକ ଥିବାରୁ ଚାଷୀ ଅଧିକ ଲାଭାନ୍ୱିତ୍ ହେବା ନେଇ ମଧ୍ୟ କୁହାଯାଉଛି ।

ଆପଣ କେବେ ଦେଖିଛନ୍ତି କି ଶୁଣିଛନ୍ତି ଯେ କଳା ରଙ୍ଗର ଗହମ ଚାଷ ହୁଏ । ଏକଥା ଆପଣଙ୍କୁ ଆଶ୍ଚର୍ଯ ଲାଗୁଥିବ ହେଲେ, ଏହା ଏକଦମ୍ ସତ । ସମ୍ବଲପୁରର ଉଚ୍ଚ ଶିକ୍ଷିତ ଯୁବକ ଦିବ୍ୟରାଜ ବେରିହା ନିଜ ଫାର୍ମ ହାଉସରେ ଏଭଳି ଗହମ ଚାଷ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିବା ସହ ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କେବଳ ଗହମ ନୁହଁ, ଗଛର ରଙ୍ଗଠୁ ଆରମ୍ଭ କରି ପତ୍ର, ଗହମ ପେଶା ସବୁ ଦେଖିବାକୁ କଳା ରଙ୍ଗର । ପଞ୍ଜାବର ଏକ କୃଷି ବିଶ୍ୱବିଦ୍ୟାଳୟ ସହାୟତାରେ ଚାରା ଆଣି ଦିବ୍ୟରାଜ ନିଜ ଫାର୍ମ ହାଉସରେ ପ୍ରଥମେ ଏହାକୁ ପରୀକ୍ଷା ପାଇଁ ଚାଷ କରିଛନ୍ତି । ଆଉ ଏହା ସଫଳ ହୋଇଥିବା ମଧ୍ୟ କହିଛନ୍ତି ଦିବ୍ୟରାଜ ।

ବଜାରରେ ଏହି କଳା ରଙ୍ଗ ଗହମର ଚାହିଦା ବେଶ୍ ଭଲ ଥିବା କହିଛନ୍ତି ଦିବ୍ୟରାଜ । ବଜାରରେ ଏହି କଳା ରଙ୍ଗ ଗହମର କିଲୋପ୍ରତି ମୂଲ୍ୟ ୧୫୦୦ ଟଂକା ଥିବାବେଳେ ଅଟାଗୁଣ୍ଡ କେଜି ପ୍ରତି ୭୦୦ ଟଂକା ଥିବା କହିଛନ୍ତି ଦିବ୍ୟରାଜ । ତେବେ ଏହି କଳା ଗହମରେ ବିରଳ ଔଷଧୀୟ ଗୁଣ ରହିଛି । ଗହମରେ ଏନନ୍ଥୋସିଆସିନ୍ ନାମକ ଏକ ପଦାର୍ଥର ପରସ୍ତ ରହଛି ଯାହା କର୍କଟ ପରି ମାରାତ୍ମକ ରୋଗକୁ ନାଶ କରି ପାରିବ । ତେବେ ପ୍ରଥମ ବର୍ଷ ଚାଷରୁ ଯାହା ଉତ୍ପାଦନ ହେବ ସେଥିରୁ ଅଂଚଳର ଚାଷୀଙ୍କୁ ଚାଷ ପାଇଁ ବଂଟାଯିବା ସହ ପ୍ରତ୍ସୋହିତ କରାଯିବ ବୋଲି କହିଛନ୍ତି ଦିବ୍ୟରାଜ ।