ମୁଁ ଭିକମାଗିବାକୁ ଚାହୁଁନି… ଦୟାକରି ୧୦ ଟଙ୍କା ଦେଇ ମୋ ପେନ୍ କିଣନ୍ତୁ…

230

କନକ ବ୍ୟୁରୋ : ଆଜିକାଲି ଅସହାୟଙ୍କ ପାଇଁ ବରଦାନ ସାଜିଛି ସୋସିଆଲ ମିଡିଆ । ଇଂଷ୍ଟାଗ୍ରାମ୍, ଟ୍ୱିଟର, ଫେସବୁକ୍ ଏବଂ ୟୁଟୁବରେ ଯଦି କୌଣସି ଅସହାୟ ଗରିବ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେଉଛି, ତେବେ ତାଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚିପାରୁଛି । ବାବାକା ଢାବା କଥା ହେଉ କି ବର୍ତ୍ତମାନ ଇଂଷ୍ଟାଗ୍ରାମରେ ଭାଇରାଲ ହେଉଥିବା କୁନି ପିଲାର ଗୁପଚୁପ୍ ଠେଲା କଥା ହେଉ । ସୋସିଆଲ ମିଡିଆ ଏମାନଙ୍କର ଭାଗ୍ୟ ଖୋଲିଦେଇଛି । ଠିକ୍ ସେହିଭଳି ଆଉଅକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବୁଢି ମାଆ ରାସ୍ତା କଡରେ ପେନ୍ ବିକ୍ରି କରୁଛନ୍ତି ।
ବୁଢି ମାଆ ଜଣକ ହାତରେ ଏକ ପୋଷ୍ଟର ଧରିଛନ୍ତି । ସେଥିରେ ଲେଖାହୋଇଛି ମୁଁ ଭିକ୍ଷା ମାଗୁନି । ଦୟାକରି ମୋ ପେନକୁ କିଣନ୍ତୁ, ପେନର ମୂଲ୍ୟ ମାତ୍ର ୧୦ ଟଙ୍କା । ଭଗବାନ ଆପଣଙ୍କ ମଙ୍ଗଳ କରିବେ ।


ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ କାମ କରିବର କ୍ଷମତା ଥାଇ ମଧ୍ୟ ସେମାନେ ଭିକ୍ଷାମାଗୁଛନ୍ତି । କାମ ନକରି ଭିକ୍ଷାବୃତ୍ତିକୁ ଆପଣାଉଛନ୍ତି । କିନ୍ତୁ ପୁଣେ ଏମଜି ରୋଡ ଉପରେ କଲମ ବିକୁଥିବା ଏହି ବଢି ମାଆ ସମସ୍ତଙ୍କ ପାଇଁ ଏକ ପ୍ରେରଣା ସାଜିଛନ୍ତି ।
ଏହି ବୃଦ୍ଧାଙ୍କ ନାଁ ହେଉଛି ରତନ, ସେ ଦୀର୍ଘଦିନ ହେବ ପୁଣେର ଏମଜି ରୋଜରେ କଲମ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ଆଉ ଏହାର ଏକ ଫଟୋ ସାଂସଦ ‘ବିଜୟସାଇ ରେଡି ଭି’ ତାଙ୍କ ଅଫିସିୟାଲ ଟ୍ୱିଟର ପେଜରେ ସେୟାର କରିଛନ୍ତି । ଏହି ଟ୍ୱିଟ୍ ଏବେ ଭାଇରାଲ ହେବା ସହ ଅନେକ ଲୋକ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।