ରବି ଚାଷ ପୂର୍ବରୁ କୋରାପୁଟ୍ ବୋରିଗୁମ୍ମାରୁ ଆସିଲା ଜଳ ସଂକଟର ଅଭାବନୀୟ କାହାଣୀ। ପାଳିରେ ମିଳିବ ପାଣି ।

48

କନକ ବ୍ୟୁରୋ: ପ୍ରକଳ୍ପ ଗୋଟିଏ କିନ୍ତୁ ପାଖାପାଖି ଥିବା ୨୦ ପଂଚାୟତର ଚାଷୀଙ୍କୁ ଭିନ୍ନ ଭିନ୍ନ ସମୟରେ ମିଳିବ ପାଣି । ଜଳସେଚନ ବିଭାଗର ଏଭଳି ବିଚିତ୍ର ବ୍ୟବସ୍ଥା ଏବେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ୨୦ ପଞ୍ଚାୟତର ଚାଷୀଙ୍କୁ ଚିନ୍ତାରେ ପକାଇଛି । ରବି ଚାଷ ପାଇଁ ପାଣିର ନିହାତି ଆବଶ୍ୟକ ହେଉଥିବା ବେଳେ ବର୍ଷେ ଅନ୍ତରରେ ପାଖାପାଖି ଥିବା ପଞ୍ଚାୟତର ଚାଷୀଙ୍କୁ ମିଳିବ ପାଣି । ଅନ୍ୟ ଉପାୟ ନପାଇ ଏଭଳି ଏକ ବିଚିତ୍ର ସର୍ତରେ ରାଜି ହୋଇଛନ୍ତି ଚାଷୀ ।

କୋରାପୁଟ୍ ବୋରିଗୁମ୍ମା ବ୍ଳକର ଚାଷୀଙ୍କ ସମସ୍ୟା ଦୂର ପାଇଁ ସରକାରଙ୍କ ପକ୍ଷରୁ ତେଲେଙ୍ଗିରି ପ୍ରକଳ୍ପ ହୋଇଥିଲା । ୧୦ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହେବା ମୁଖ୍ୟ ଲକ୍ଷ ଥିଲା । ଯାହାଫଳରେ ବୋରିଗୁମ୍ବା ବ୍ଳକର ଚାଷୀଙ୍କ ସମସ୍ୟା ସମାଧାନ ହୋଇପାରିବ । ହେଲେ ୧୦ ହଜାର ହେକ୍ଟର ପରିବର୍ତେ ୪ ହଜାର ହେକ୍ଟର ଜମିକୁ ପାଣି ମାଡ଼ିବା ବି କଷ୍ଟକର ହୋଇପଡ଼ିଛି । ପ୍ରଥମ ବର୍ଷ ପରୀକ୍ଷାମୂଳକ ଭାବେ ପାଣି ଛଡ଼ା ଯାଇଥିବା ବେଳେ ୪ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିନଥିଲା । ଠିକ୍ ଭାବେ କେନାଲ ମରାମତି ଓ ପାଣି ଯାଉଥିବା ନାଳ ଗୁଡ଼ିକ ଭାଗିଂଯାଇଥିବାରୁ ଅଧା ବାଟରେ ଡ଼୍ୟାମରୁ ଆସୁଥିବା ପାଣି ଅଟକି ଯାଇଥିଲା । ସବ କେନାଲ ଗୁଡ଼ିକ ଠିକ ନଥିବାରୁ ଚାଷୀଙ୍କ କାମରେ ଆସିପାରି ନଥିଲା । ଏବେ ପୁଣି ପାଣି ଛାଡ଼ିବା ପାଇଁ ଜଳ ସେଚନ ବିଭାଗ ନିଷ୍ପତି ନେଇଥିବା ବେଳେ ଅଧା ଅଧା ବାଣ୍ଟି ପାଣି ନେବା ପାଇଁ ଚାଷୀଙ୍କ ସହଯୋଗ ଲୋଡ଼ିଛି । ଏଥିପାଇଁ ବୋରିଗୁମ୍ମା ବ୍ଳକର ପାଖାପାଖି ୨୦ ଟି ପଚାଂୟତର ଚାଷୀଙ୍କୁ ନେଇ ବସିଥିବା ବୈଠକରେ ସହଯୋଗ ଲୋଡ଼ାଯାଇଛି ।

ବିଭାଗର ପ୍ରସ୍ତାବ ଅନୁସାରେ ବୋରିଗମ୍ମା ବ୍ଳକର ବିସିଂହପୁର, ସେମଲା, ଗୁନା, ନାରୀଗାଁ, ରଣସପୁର, ବିଡ଼ିଗାଁ, ମୁଣ୍ଡାଗୁଡ଼ା, ଓ ପୋଡ଼ାପଦର ୨୧ କିମି ପର୍ଯ୍ୟନ୍ତ ପାଣି ଯିବ । ତା ପରେ ଦ୍ୱିତୀୟ ବର୍ଷ ଅନ୍ୟ ୬ଟି ପଚାଂୟତର ଚାଷୀ ୨୮ କିଲୋମିଟର ଅଂଚଳର ପାଣି ପାଇପାରିବେ । ଭଙ୍ଗା କେନାର ମରାମତି କରାଯିବ । ଏହାକୁ ନେଇ ଚାଷୀଙ୍କ ସହ ବୈଠକ କରାଯାଇଛି । ସେମାନେ ସହଯୋଗ କରିବେ ବୋଲି କହିଛନ୍ତି ବୋଲି ମୁଖ୍ୟ ଯନ୍ତ୍ରୀ ।