କନକ ବ୍ୟୁରୋ : ଭୁବନେଶ୍ୱର ପଟିଆ ନିକଟ କୋୟାଲ କ୍ୟାମ୍ପସ ପାଖରେ ଦେଖିବାକୁ ମିିଳିଛି ଅଭାବନୀୟ ଘଟଣା । କୋୟାଲ କ୍ୟାମ୍ପସ ନିକଟରେ ଏକ ଚଳନ୍ତା କାର ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଯାଇଛି । କାରରେ ଥିବା ସମସ୍ତ ଲୋକ ସୁରକ୍ଷିତ ରହିଛନ୍ତି । ସ୍ଥାନୀୟ ଲୋକେ କାରଟି ହଠାତ ଜଳୁଥିବାର ଦେଖି କାର ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ କାରଟିକୁ ଲିଭାଇବାକୁ ଚେଷ୍ଟା କରିଥିଲେ । ଏହାର କିଛି ସମୟ ମଧ୍ୟରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇଥିଲେ ।
ପଟିଆ କୋୟାଲ କ୍ୟାମ୍ପସ ନିକଟରେ ବଡ ଅଘଟଣ । ରାସ୍ତା ଉପରେ ଜଳିଗଲା କାର
/kanak/media/post_attachments/wp-content/uploads/2024/07/WhatsApp-Image-2024-07-30-at-7.33.33-PM.jpeg)