ସେନା କ୍ୟାମ୍ପ ଉପରେ ମାଓ ହମଲା: ଛତିଶଗଡ଼ ନାରାୟଣପୁରରେ ବିଏସଏଫ ଯବାନଙ୍କ କ୍ୟାମ୍ପ ଉପରେ ରକେଟ ମାଡ଼

276

କନକ ବ୍ୟୁରୋ: ସେନାର କ୍ୟାମ୍ପ ଉପରେ ମାଓ ହମଲା । ଯବାନ କ୍ୟାମ୍ପ ଉପରେ ମାଓବାଦୀଙ୍କ ରକେଟ୍ ମାଡ । ଛତିଶଗଡ ନାରାୟଣପୁରରୁ ଆସିଲା ଏହି ସାଂଘାତିକ୍ ଚିତ୍ର । ନାରାୟଣପୁର ଜିଲ୍ଲା କୋହକାମେଟା ଥାନା ଇପକଭଟ୍ଟି କ୍ୟାମ୍ପ ଉପରେ ମାଓବାଦୀମାନେ ଲଗାତାର ଭାବେ ୟୁବିଜିଏଲ ଫାୟାର କରୁଥିବା ଚିତ୍ର ଦେଖିବାକୁ ମିଳିଛି । କ୍ୟାମ୍ପ ଭିତରେ ମାଓବାଦୀମାନେ ଲଗାତାର ଭାବେ ୟୁବିଜିଏଲ ଫାୟାର କରୁଛନ୍ତି । ଠିକ୍ ସେତିକିବେଳେ ଜଣେ ଯବାନ ଦୌଡିକି ଯାଉଥିବାବେଳେ ଅଳ୍ପକେ ବର୍ତି ଯାଇଛନ୍ତି । ତେବେ ମାଓବାଦୀଙ୍କ ଆକ୍ରମଣକୁ ପ୍ରତିହତ କରି ଲାଲବାହିନୀଙ୍କୁ ଘଉଡାଇବାରେ ସଫଳ ହୋଇଥିଲେ ଯବାନ । କିଛି ଦିନ ପୂର୍ବରୁ ହିଁ ଯବାନଙ୍କ ଏହି ନୂଆ କ୍ୟାମ୍ପ ସ୍ଥାପନ ହୋଇଥିଲା ।